30.1 C
Bhubaneswar
Tuesday, March 10, 2026
Homeଓଡିଶାଆଉ ୨ ଦିନ ବଢିଲା ନ୍ୟାୟ ସଂହିତା ପ୍ରଦର୍ଶନୀ

ଆଉ ୨ ଦିନ ବଢିଲା ନ୍ୟାୟ ସଂହିତା ପ୍ରଦର୍ଶନୀ

ଭୁବନେଶ୍ୱର: ଆଉ ୨ ଦିନ ବଢିଲା ନ୍ୟାୟ ସଂହିତା ପ୍ରଦର୍ଶନୀ ।ଉଦଯାପନୀ ଉତ୍ସବରେ ୨ ଦିନ ଅବଧି ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୬ରୁ ପ୍ରଦର୍ଶନୀ ପଡିଆରେ ଚାଲିଛି ନୂଆ ଆଇନ ନ୍ୟାୟ ସଂହିତା ପ୍ରଦର୍ଶନୀ । ଭୁବନେଶ୍ୱରସ୍ଥିତ ୟୁନିଟ୍–୩, ଡ଼କୋ ପ୍ରଦର୍ଶନୀ ପଡ଼ିଆଠାରେ ଓଡ଼ିଶା ପୋଲିସ ପକ୍ଷରୁ ଆୟୋଜିତ “ନ୍ୟାୟ ସଂହିତା ପ୍ରଦର୍ଶନୀ”ରେ ଦର୍ଶକଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି। ନୂତନ ଆପରାଧିକ ଆଇନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆୟୋଜିତଏହି କାର୍ଯ୍ୟକ୍ରମ । ଓଡ଼ିଶା ପୋଲିସର ବିଭିନ୍ନ ୟୁନିଟ୍‌ର କାର୍ଯ୍ୟକଳାପ, ପ୍ରଯୁକ୍ତିବିଦ୍ୟା ଓ ସୁରକ୍ଷା ବ୍ୟବସ୍ଥାକୁ ଅତି ନିକଟରୁ ଦେଖିବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ପରିଲକ୍ଷିତ ହୋଇଛି।

ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ସାଜିଥିବା ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା (Crime Against Women & Children Wing) (CAW & CW) ଷ୍ଟଲ୍ ପକ୍ଷରୁ ମହିଳା ଓ ଶିଶୁମାନଙ୍କ ସୁରକ୍ଷା ପାଇଁ ଏକ ଅଭିନବ ପ୍ରୟାସ କରାଯାଇଛି। “ସୁରକ୍ଷିତ ନାରୀ, ସୁରକ୍ଷିତ ଶୈଶବ – ସମୃଦ୍ଧ ଓଡ଼ିଶାର ଅଭିଳାଷ” ବାର୍ତ୍ତାକୁ ନେଇ ଏଠାରେ ଜନସାଧାରଣଙ୍କୁ ନୂତନ ଆପରାଧିକ ନ୍ୟାୟ ସଂହିତାରେ ଥିବା ଆଇନଗତ ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଯାଉଛି। ଏହା ବ୍ୟତୀତ କୋମଳମତି ଶିଶୁମାନଙ୍କ ପାଇଁ ଏକ ‘ଶିଶୁ ଅନୁକୂଳ ଖେଳ ପରିବେଶ’ ସୃଷ୍ଟି କରାଯାଇଛି, ଯେଉଁଠାରେ ସେମାନେ ଖେଳକୁଦ ମାଧ୍ୟମରେ ନିଜର ସୁରକ୍ଷା ଅଧିକାର ଓ ପୋକ୍ସ ନିୟମର ମୌଳିକ ସୂଚନା ପାଇପାରୁଛନ୍ତି। ଏଥିସହିତ ନିଖୋଜ ପିଲାମାନଙ୍କୁ ପରିବାର ସହ ପୁନର୍ମିଳନ କରାଇବାରେ ପୋଲିସର ସଫଳତା ଓ ପ୍ରୟାସକୁ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ମାଧ୍ୟମରେ ଉପସ୍ଥାପନ କରାଯାଇଛି, ଯାହା ଦର୍ଶକଙ୍କ ମନରେ ପୋଲିସ ପ୍ରତି ଆସ୍ଥା ବୃଦ୍ଧି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking