30.1 C
Bhubaneswar
Tuesday, February 3, 2026
Homeଓଡିଶାକୋଇଲା ଖଣି ଦୁର୍ନୀତି: ସମ୍ବଲପୁରରେ ସିବିଆଇ ଟିମ

କୋଇଲା ଖଣି ଦୁର୍ନୀତି: ସମ୍ବଲପୁରରେ ସିବିଆଇ ଟିମ

ସମ୍ବଲପୁର: ସମ୍ବଲପୁରରେ ଦିଲ୍ଲୀ ସିବିଆଇ ଟିମର ତନାଘନା । ତଲାବିରା କୋଇଲା ଖଣି ଦୁର୍ନୀତି ମାମଲାରେ ତନାଘନା ଚାଲିଛି । ଖିଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ୧୯ ଜଣଙ୍କୁ ଜେରା କରାଯିବ ।କୋଇଲା ଦୁର୍ନୀତି ସଂକ୍ରାନ୍ତରେ ପଚରାଉଚରା କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ଫେବ୍ରୁଆରି ୧୯୯୪ ମସିହାରେ ଇଣ୍ଡଲ ତଥା ବର୍ତ୍ତମାନର ହିଣ୍ଡାଲ୍‌ ଇଣ୍ଡଷ୍ଟ୍ରିକୁ ତଲାବିରା-୧ କୋଇଲା ଖଣି ଆବଣ୍ଟନ କରାଯାଇଥିଲା। ଯେତିକି କୋଇଲା ଖନନ ପାଇଁ ଅନୁମତି ମିଳିଥିଲା, ହିଣ୍ଡାଲ୍‌ ତାଠାରୁ ବହୁ ଅଧିକ ପରିମାଣର କୋଇଲା ଖନନ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏପରିକି, ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଆବଶ୍ୟକ ଅନୁମତି ବିନା କମ୍ପାନି କୋଇଲା ଖନନ କରିଥିଲା। ପୂର୍ବରୁ ତଲାବିରା କୋଇଲା ଦୁର୍ନୀତି ସଂକ୍ରାନ୍ତରେ ସିବିଆଇ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା ।ପରବର୍ତ୍ତୀ ସମୟରେ ମାମଲାକୁ ବନ୍ଦ କରିଦିଆଯାଇଥିଲା। ତେବେ, ୨୦୧୪ ମସିହାରେ ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ପରେ ପୁଣି ସିବିଆଇ ପକ୍ଷରୁ ଏକ ନୂଆ ମାମଲା ରୁଜୁ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking