24.1 C
Bhubaneswar
Sunday, February 15, 2026
Homeଓଡିଶାଜନଗଣନା ପାଇଁ ସିଏମ୍‌ସିର ପ୍ରସ୍ତୁତି

ଜନଗଣନା ପାଇଁ ସିଏମ୍‌ସିର ପ୍ରସ୍ତୁତି

କଟକ: କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ୨୦୨୭ ଜନଗଣନା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ସିଏମ୍‌ସି ନିର୍ବାଚନ ବିଭାଗରେ ଏକ ସମୀକ୍ଷା ବୈଠକ ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କିଭଳି ସହରରେ ଜନଗଣନା ଏବଂ ଘର ଗଣନା କରାଯିବ ତାହା ଆଲୋଚନା କରାଯାଇଥିଲା। ଆସନ୍ତା ୨୮ ତାରିଖ ସୁଦ୍ଧା ସିଏମସିର ୫୯ଟି ୱାର୍ଡ ଅଞ୍ଚଳରେ ଥିବା ଘରଗୁଡ଼ିକର ଚୂଡ଼ାନ୍ତ ତାଲିକା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହ କେତେ ଗଣନାକାରୀ ଏବଂ ସୁପରଭାଇଜର ନିୟୋଜିତ ହେବେ; ସେମାନଙ୍କ ନାମ ତାଲିକା ଜିଲା ମୁଖ୍ୟ ଜନଗଣନା ଅଧିକାରୀ ତଥା ଜନଗଣନା ନିର୍ଦେଶକଙ୍କ ନିକଟରେ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଜନଗଣନାର ସୁପରିଚାଳନା ନିମନ୍ତେ ସିଏମ୍‌ସି କାର୍ଯ୍ୟାଳୟରେ ଏକ ଜନଗଣନା ସେଲ୍ ଖୋଲିବ ବୋଲି ନିଷ୍ପତ୍ତି ହୋଇଛି। ବିଭିନ୍ନ ଅଧିକାରୀ ଏବଂ ଜନଗଣନାକାରୀଙ୍କୁ ତାଲିମ କାର୍ଯ୍ୟ ଆରମ୍ଭ ହୋଇଛି। ସହରରେ କିଭଳି ପ୍ରଥମ ପର୍ଯ୍ୟାୟରେ ଘର ଗଣନା ହେବ ସେଥିପାଇଁ ତାଲିମ ପ୍ରଦାନ କରାଯାଇଛି। ଜିଲ୍ଲାସ୍ତରୀୟ ମାଷ୍ଟର ଟ୍ରେନର ଏହି ତାଲିମ ଦେଇଥିଲେ। ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀ ସମେତ ବୁଥସ୍ତରୀୟ କର୍ମଚାରୀ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking