32.1 C
Bhubaneswar
Saturday, February 14, 2026
Homeଓଡିଶାକେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ

ଷ୍ଟାଡିଅମରେ ପ୍ରାତଃଭ୍ରମଣ କଲେ,

‘ଚାଏ ପେ ଚର୍ଚ୍ଚା’ରେ ବନ୍ଧୁମାନଙ୍କ ସହିତ ମିଶିଲେ,
କେନ୍ଦୁଝରର ବିକାଶ ସମ୍ପର୍କରେ ଆଲୋଚନା କଲେ

ବହୁ ଦିନର ପରିଚିତ ‘ଚା’ ଦୋକାନୀ ବିଦେଶୀବାବୁଙ୍କ ଦୋକାନରେ ଚା ପିଇଲେ, ବିଦେଶୀବାବୁଙ୍କୁ ସମ୍ମାନିତ କଲେ

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ କେନ୍ଦୁଝର ଷ୍ଟାଡିଅମ ଖେଳ ପଡିଆ ଠାରେ ପ୍ରାତଃଭ୍ରମଣ କରିଥିଲେ। ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ସୁନାମ ଅର୍ଜନ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କର ଚିରାଚରିତ ଷ୍ଟାଇଲରେ ପୁରୁଣା ବନ୍ଧୁ, ସାଧାରଣ ଲୋକ ଓ ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ ସହିତ କେନ୍ଦୁଝର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ।

ପୂର୍ବରୁ ମୁଖ୍ୟମନ୍ତ୍ରୀ କେନ୍ଦୁଝରରେ ଥିବା ସମୟରେ ନିୟମିତ ପ୍ରାତଃଭ୍ରମଣ କରିଥାନ୍ତି। ସେହି ପୁରୁଣା ଜାଗାକୁ ଆସି ପୁରୁଣା ସାଥୀମାନଙ୍କ ସହିତ ଆଜି ସକାଳୁ ସେ ପ୍ରାତଃଭ୍ରମଣ କରିଥିଲେ ଏବଂ ପୁରୁଣା ସ୍ମୃତିକୁ ମନେ ପକାଇଥିଲେ।

ପ୍ରାତଃଭ୍ରମଣ ପରେ ସେ ଷ୍ଟାଡିଅମ ପାଖରେ ଥିବା ବିଦେଶୀବାବୁଙ୍କ ଚା ଦୋକାନରେ ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଯୋଗ ଦେଇ ତାଙ୍କ ପୁରୁଣା ବନ୍ଧୁ ଓ କେନ୍ଦୁଝର ସହରର ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଆଲୋଚନାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ମା’ ତାରିଣୀ ଓ ଆରାଧ୍ୟ ଦେବତା ପ୍ରଭୁ ବଳଦେବ ଜୀଉଙ୍କ କୃପାରୁ ବିଜୟ ଲାଭ କରି ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଛି। କେନ୍ଦୁଝରର ବିକାଶ ପାଇଁ ବିରୋଧୀ ଦଳରେ ଥିବା ବେଳେ ସବୁବେଳେ ସ୍ୱର ଉତ୍ତୋଳନ କରି ଆସିଥିଲି । କେନ୍ଦୁଝର ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ଯାହା ଯାହା ଆବଶ୍ୟକତା ଅଛି ତାକୁ ବିଚାରକୁ ନେଇ, ଆଗାମୀ ଦିନରେ କେନ୍ଦୁଝର ଜିଲ୍ଲାକୁ ରାଜ୍ୟର ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରାଯିବ। ଜିଲ୍ଲାରୁ ଦାରିଦ୍ର୍ୟ ହଟିବ ଏବଂ କେନ୍ଦୁଝର ଜିଲ୍ଲାର ପ୍ରାକୃତିକ ସମ୍ପଦର ସୁବିନିଯୋଗ କରାଯାଇ ଜିଲ୍ଲାକୁ ସମୃଦ୍ଧି ପଥରେ ଆଗେଇ ନିଆଯିବ ବୋଲି ସେ କହିଥିଲେ।

‌ଏହି ଅବସରରେ ସେ ଚା ଦୋକାନୀ ବିଦେଶୀବାବୁଙ୍କୁ ମୁଖ୍ୟମନ୍ତ୍ରୀ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ ଏବଂ ଚା ଦୋକାନରେ ପୁରୁଣା ବନ୍ଧୁମାନଙ୍କ ସହିତ ମିଶି ପୁରୁଣା ଦିନର ସ୍ମୃତି ଚାରଣ କରି ଖୁସି ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking