14.1 C
Bhubaneswar
Sunday, December 7, 2025
Homeଓଡିଶାଦୁର୍ଗାଷ୍ଟମୀରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ଛାଡ଼ କଲେ ଭଡ଼ା

ଦୁର୍ଗାଷ୍ଟମୀରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ଛାଡ଼ କଲେ ଭଡ଼ା

ଭୁବନେଶ୍ବର: ଦୁର୍ଗାଷ୍ଟମୀରେ ପୂଜାମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜଧାନୀର ଏକାମ୍ର ନିର୍ବାଚନ ମଣ୍ଡଳୀ ଜମ୍ବେଶ୍ୱର ପାଟଣା ସାହି ମଣ୍ଡପରେ ମୁଖ୍ୟମନ୍ତ୍ରୀ ପହଞ୍ଚି ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଗ୍ରହଣ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ବରର ବିଭିନ୍ନ ଦୁର୍ଗା ପୂଜା ମଣ୍ଡପ ପରିଦର୍ଶନ କରିବା ସହ ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନା କରିଛନ୍ତି । ପାଟଣା ସାହି ବ୍ୟତିତ ଆଜି ଭୁବନେଶ୍ବରରେ ଥିବା ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ । ଦିନ ୧୧ଟା ସମୟରେ ଆରମ୍ଭ ହୋଇଛି ସିଏମଙ୍କ ମଣ୍ଡପ ବୁଲା କାର୍ଯ୍ୟକ୍ରମ ।

ପାଟଣା ସାହି ମଣ୍ଡପରେ ଦେବୀ ଦୁର୍ଗାଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ ଘୋଷଣା କରିଛନ୍ତି । ସାରା ରାଜ୍ୟରେ ଦୁର୍ଗା ପୂଜା ପେଣ୍ଡାଲ ଭଡ଼ା ଛାଡ ନେଇ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର ।

ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘୋଷଣା କରିଛନ୍ତି । ପାଟଣା ସାହି ମଣ୍ଡପ ପରେ ମୁଖ୍ୟମନ୍ତ୍ରୀ ସୁନ୍ଦରପଦା, ବରମୁଣ୍ଡା, ନୂଆପଲ୍ଲୀ, ରସୁଲଗଡ, ସହିଦନଗର, ବମିଖାଲ, ଷ୍ଟେସନ ଛକ ଓ ଲକ୍ଷ୍ମୀସାଗର ପୂଜାମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି କଟକ ଓ ରବିବାର କେନ୍ଦୁଝରର ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking