26.1 C
Bhubaneswar
Tuesday, March 24, 2026
Homeଓଡିଶାପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରେଳ ବିକାଶ ପାଇଁ ଓଡ଼ିଶାକୁ ୬ଟି ପ୍ରକଳ୍ପ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପ୍ରକଳ୍ପ ଓଡ଼ିଶାର ବିକାଶ ଧାରାକୁ ଆଗକୁ ନେବ। କଳାହାଣ୍ଡି, ନବରଙ୍ଗପୁର, ମାଲାକନଗିରି, କେନ୍ଦୁଝର, ମୟୂରଭଞ୍ଜ ଆଦି ଅଞ୍ଚଳରେ ଲାଭବାନ ହେବ। ୧୫ ହଜାର କୋଟି ଟଙ୍କାର ପ୍ରକଳ୍ପ ଓଡ଼ିଶା ପରିବହନକୁ ନୂଆ ଦିଶା ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଦିଲ୍ଲୀ ଗସ୍ତରେ ଥିବା ବେଳେ ନିଜ ଆଡୁ ନିମନ୍ତ୍ରଣ କରି ଓଡ଼ିଶା ସମ୍ପର୍କରେ ଅଶ୍ୱିନୀ ବୈଷ୍ଣବ ଆଲୋଚନା କରିଥିଲେ। ସେତେବେଳେ ପ୍ରତି ଜିଲ୍ଲାକୁ କିପରି ରେଳ ସଂଯୋଗୀ କରଣ ହେବ ଏବଂ ରେଳ କରିଡର କଥା ଆଲୋଚନା ହୋଇଥିଲା। ଆଶା କରୁଛି ଖୁବ୍ ଶୀଘ୍ର ତାହା ପୂରଣ ହେବ। ପ୍ରକଳ୍ପ ଗୁଡିକ ଅନୁମୋଦନ ପାଇବା ପରେ ମଧ୍ୟ ଜମି ଅଧିଗ୍ରହଣ ଓ ଅନ୍ୟନ୍ୟ ସମସ୍ୟା ପାଇଁ କାମ ବିଳମ୍ବ ହୁଏ। ମୋ ସରକାର କିନ୍ତୁ ଏଦିଗରେ ସମସ୍ତ ସହଯୋଗ କରିବେ। ମୁଁ ନିଜେ ଏହାର ତଦାରଖ କରିବି ବୋଲି ମୋହନ ମାଝୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking