32.1 C
Bhubaneswar
Sunday, March 29, 2026
Homeଓଡିଶାଜାନୁଆରୀ୨୮ରୁ ପ୍ରବାସୀ ଭାରତୀୟ ଦିବସ; ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଜାନୁଆରୀ୨୮ରୁ ପ୍ରବାସୀ ଭାରତୀୟ ଦିବସ; ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସ ଓ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିମନ୍ତ୍ରଣ କରିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ମର୍ମରେ ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ୨୦୨୫ ଜାନୁୟାରୀ ୮ରୁ୧୦ ପର୍ଯ୍ୟନ୍ତ ଭୁବନେଶ୍ୱରରେ ପ୍ରଭାସୀ ଭାରତୀୟ ଦିବସ ଏବଂ ଜାନୁୟାରୀ ୨୮ ଓ୨୯ ଭୁବନେଶ୍ୱରରେ ‘ଉତ୍କର୍ଷ ଓଡ଼ି଼ଶା-ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫’ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଆମନ୍ତ୍ରଣ କରିଛନ୍ତି।

ପୂର୍ବରୁ ସିଙ୍ଗାପୁରରେ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ବିକାଶରେ ସାମିଲ ହେବାକୁ ପ୍ରବାସୀ ଓଡ଼ିଆଙ୍କୁ ଆହ୍ୱାନ ଦେଇଥିଲେ। ସେତେବେଳେ ସେ କହିଥିଲେ, ସମୃଦ୍ଧ ଓଡ଼ିଶା ୨୦୩୬ରେ ଗଠନ ହେବ। ୨୦୪୭ର ବିକଶିତ ଭାରତ ପାଇଁ ଓଡ଼ିଶାର ରହିବ ମହତ୍ତ୍ୱପୂର୍ଣ୍ଣ ଅବଦାନ। ବିକଶିତ ଓଡ଼ିଶାର ରୂପରେଖ ପ୍ରସ୍ତୁତ କରିବାକୁ ଯାଉଛନ୍ତି ଓଡ଼ିଶା ଲୋକେ। ଏହି ଲକ୍ଷ୍ୟ ହାସଲ ପାଇଁ ଏକ ‘ଭିଜନ ଡକ୍ୟୁମେଣ୍ଟ’ ପ୍ରସ୍ତୁତ କରାଯାଉଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୁର୍ବୋଦ୍ୱୟ ସ୍ୱପ୍ନ’କୁ ଚରିତାର୍ଥ କରିବା ଓ ଜାତୀୟ ଅଭିବୃଦ୍ଧି ରଣନୀତି ସହିତ ଓଡ଼ିଶାକୁ ସାମିଲ କରିବା। ସେହି ମହାସାମାରୋହରେ ସାମିଲ ହେବାକୁ ଏବେ ସମୟ ଆସିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking