26.1 C
Bhubaneswar
Thursday, September 19, 2024
Homeଓଡିଶାଯାଜପୁର ରେ ଆରମ୍ଭ ହେଲା ସି.ଏମ-କିଷାନ ଯୋଜନା

ଯାଜପୁର ରେ ଆରମ୍ଭ ହେଲା ସି.ଏମ-କିଷାନ ଯୋଜନା

ଯାଜପୁର : ପବିତ୍ର ନୂଆଁଖାଇ ଶୁଭ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ କରକମଳରେ ସି.ଏମ-କିଷାନ ସହାୟତା ରାଶି ପ୍ରଦାନ କରାଯାଇଅଛି । ରବିବାର ଦିନ ଜିଲ୍ଲା ପ୍ରଶାସନ ତରଫରୁ ସି.ଏମ-କିଷାନ କାର୍ଯ୍ୟକ୍ରମ ସ୍ଥାନୀୟ ଓସ୍ୱାନ ହଲ ଠାରେ ଅନୁଷ୍ଠିତ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବରେ ଜିଲ୍ଲାପାଳ ଶ୍ରୀମତୀ ପି ଅନ୍ଵେଷା ରେଡ୍ଡୀ ଯୋଗଦାନ କରିଥିଲେ।

ବିଶେଷ କରି ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଠାରୁ ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସମଗ୍ର ରାଜ୍ୟବାସୀଙ୍କୁ ଉଦବୋଧନ ଦେବା ସହିତ ଓଡ଼ିଶାର ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ୩ଟି କୃଷି ପୋର୍ଟାଲ ଯଥା: ସି.ଏମ-କିଷାନ, ପି.ଏମ.କିଷାନ ଓ କୃଷକ ଇଉନିଫାଏଡ ପୋର୍ଟାଲ ର ଉନ୍ମୋଚନ କରି କୃଷି ବିଭାଗ ଏବଂ ଆନୁସଙ୍ଗିକ ବିଭାଗର ଯୋଜନାର ସଫଳ ରୂପାୟନ କରିଛନ୍ତି। ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରାୟ ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାରଙ୍କୁ ୯୨୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଆର୍ଥିକ ସହାୟତା ଡ଼ିବିଟି ମାଧ୍ୟମରେ ହସ୍ତାନ୍ତର କରିଛନ୍ତି ।

ଏହି ପରିପ୍ରେକ୍ଷୀରେ, ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯାଜପୁର ର ୨୫ ଜଣ ସି.ଏମ-କିଷାନ ହିତାଧିକାରୀ ଯୋଗ ଦେଇଛନ୍ତି ଏଥି ସହିତ ପ୍ରତି ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ୧୦ଜଣ ଲେଖାଏଁ ସି.ଏମ-କିଷାନର ହିତାଧିକାରୀ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ । ଏହି ଯୋଜନାରେ ସରକାର ବର୍ଷ କୁ ଦୁଇଥର ଖରିଫ ଏବଂ ରବି ଋତୁରେ ୨୦୦୦ ଟଙ୍କା ପ୍ରୋତ୍ସାହନ ରାଶି ବ୍ୟାଙ୍କ ଆକାଉଣ୍ଟ କୁ ସିଧାସଳଖ ଭାବରେ ପ୍ରଦାନ କରୁଛନ୍ତି ଏବଂ ଭୂମି-ହୀନ କୃଷକ ମାନଙ୍କ ପାଇଁ ବର୍ଷକୁ ଥରୁଟିଏ ୧୨,୫୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ସୁବିଧା ଅଛି ।

ସୂଚନା ଥାଉକି, ଜିଲ୍ଲାରେ ଏହି ଯୋଜନାରେ 201503 ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ 2518 ଜଣ ଭୂମିହୀନ କୃଷକ ପରିବାର ଉପକୃତ ହୋଇଛନ୍ତି । ଏଥି ସହିତ ଆଗାମୀ ଦିନ ମାନଙ୍କରେ ସରକାରୀ ଅନୁଷ୍ଠାନରେ ପାଠ ପଢ଼ୁଥିବା କ୍ଷୁଦ୍ର ଏବଂ ନାମମାତ୍ର କୃଷକଙ୍କ ପିଲାମାନଙ୍କୁ, କୃଷି ବିଦ୍ୟା ନିଧି ଯୋଜନା ମାଧ୍ୟମରେ ଛାତ୍ରବୃତ୍ତି ପ୍ରଦାନ କରାଯିବାର ଯୋଜନା ମଧ୍ୟ ଅଛି । ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକୃଷ୍ଣ ଜେନା,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଶ୍ରୀ ଅରୁଣ ବେହେରା , ଡି ଆର ସି ଏସ ଶ୍ରୀ ବିରଜା ଦାସ, ପି ଡି, ୱାଟର ସେଡ ଶ୍ରୀ ପ୍ରଦୀପ ପଟ୍ଟନାୟକ, ଏ ଡି ଭି ଓ, ଡ଼. ଗଗନ ଚରଣ ନାୟକ, ସହକାରୀ ନିର୍ଦେଶକ ଉଦ୍ୟାନ କୃଷି ରାଧେଶ୍ୟାମ ନାୟକ, ମୀରା ପରିଛା, ମନୋଜ ରାଉତ, ଏ ଡି ଏ, ଜ୍ୟୋତିରଞ୍ଜନ ଦାସ, ଜ୍ୟୋତିର୍ମୟୀ ବେହେରା, ପ୍ରବୋଧ ବିଶ୍ୱାଳ ସହକାରୀ କୃଷି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking