ଭୁବନେଶ୍ୱର: ଚାଷୀଙ୍କୁ ରାଜ୍ୟ ସରକାରଙ୍କ ନୂଆଁଖାଇ ଭେଟି । ଚାଷୀଙ୍କୁ ମିଳିଲା ସିଏମ୍ କିଷାନ କିସ୍ତି ଟଙ୍କା । ତୃତୀୟ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓୟୁଏଟି ସ୍ଥିତ କୃଷିଶିକ୍ଷା ସଦନଠାରେ ମୁଖ୍ୟମନ୍ତ୍ରୀ ସିଏମ୍ କିଷାନର ତୃତୀୟ କିସ୍ତି ପ୍ରଦାନ କରିଛନ୍ତି । ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ୨ ହଜାର ଲେଖାଏଁ ଟଙ୍କା । ୧ ହଜାର ୪୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କଲେ ରାଜ୍ୟ ସରକାର । ୫୧ ଲକ୍ଷ ୫୪ ହଜାର ୧୧୫ ଚାଷୀ ହେଲେ ଉପକୃତ । ଡିବିଟି ମାଧ୍ୟମରେ କ୍ଷୂଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ କୃଷକ ପରିବାର ଏବଂ ବିଶେଷଭାବେ ଅନୁନ୍ନତ ଜନଜାତି ସମୂହଙ୍କ ସମେତ ସହରାଞ୍ଚଳ ଚାଷୀଙ୍କୁ ‘ସିଏମ୍ କିଷାନ’ ସହାୟତା ରାଶି ପ୍ରଦାନ କଲେ ସରକାର ।










