20.1 C
Bhubaneswar
Sunday, December 21, 2025
Homeଓଡିଶା୨୦୨୭ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ପୌରାଚଂଳରେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା :ମନ୍ତ୍ରୀ

୨୦୨୭ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ପୌରାଚଂଳରେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା :ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସମସ୍ତ ପୌରାଚଂଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସଂପର୍କରେ ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଡାଃ ମହାପାତ୍ର କହିଛନ୍ତି ଯେ ୨୦୨୭ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ପୌରାଚଂଳରେ ଗୁଣାତ୍ମକ ପାନୀୟ ଜଳ ବ୍ୟବସ୍ଥା କରାଯାଇ
ପ୍ରତ୍ୟେକ ଘରେ ୨୪ ଘଣ୍ଟା ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ। ନଦୀ ଜଳକୁ ଅଧିକା ବ୍ୟବହାର କରିବାକୁ ବ୍ୟାରେଜ୍ ତିଆରି କରାଯିବ । OWSSB ୱାଟକୋ ,ଏବଂ ଜନ ସ୍ବାସ୍ଥ୍ୟ ତିନି ବିଭାଗ ସହ ଆଲୋଚନା କରାଯାଇଛି । ଲୋକଙ୍କ ନିକଟରେ ୨୪X୭ ବିଶୁଦ୍ଧ ପାଣି ପହଞ୍ଚିବ, ସେ ନେଇ ବିସ୍ତୃତ ଆଲୋଚନା କରାଯାଇଛି।

ନିର୍ମାଣାଧିନ ପାନୀୟଜଳ ପ୍ରକଳ୍ପ ଗୁଡିକ ସଂପର୍କରେ ଆଲୋଚନା କରାଯାଇ ନିର୍ଦ୍ଧାରିତ ସମୟ ସୀମାମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ନିମନ୍ତେ ନିୟମିତ ସମୀକ୍ଷା ଓ ତଦାରକ କରିବାକୁ ଅଧିକାରୀମାନଙ୍କୁ ପାରାମର୍ଶ ଦିଆଯାଇଛି ।

ଯେଉଁ ସବୁ ପକଳ୍ପ ସମ୍ପୂର୍ଣ୍ଣ ହୋଇ ପାରିନି କେଉଁ କେଉଁ ସମସ୍ୟା ପାଇଁ ଅଟକିଛି , କାମ କିପରି ତ୍ଵରାନିତ ହେବ ସେ ନେଇ ଆଲୋଚନ ହୋଇଛି ଓ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

୨୦୨୫-୨୬ ବଜେଟ ଏପ୍ରିଲ ଆରମ୍ଭରୁ କେମିତି କାର୍ଯ୍ୟକାରୀ ହେବ ସେ ନେଇ ଚିନ୍ତା କରୁଛୁ । ଏ ନେଇ ବିବାଗୀୟ ପଦାଧିକାରୀ ମାନଙ୍କୁ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି ।

ଖରା ପାଇଁ ଯେମିତି କିଛି ସମସ୍ୟା ନ ହୁଏ ତାକୁ ନଜର ଦେବୁ। ଦରକାର ପଡ଼ିଲେ ଅଧିକ ଟ୍ୟାଙ୍କର ମଗାଯିବ।ପାଣି ସମସ୍ୟା ପାଇଁ ଦରକାର ହେଲେ କଣ୍ଟ୍ରୋଲ ରୁମ୍ ଖୋଲାଯିବ। ଅଭିଯୋଗ ଆସିବାର ୨ ଘଣ୍ଟା ଭିତରେ ସମସ୍ୟାର ସମାଧାନ ହେବ।

ଯେତିକି ପ୍ରୋଜେକ୍ଟ ଥିଲା ପ୍ରାୟତ ଗୋଟିଏ, ଦୁଇଟି ଛାଡ଼ିଲେ ସବୁ ସରିଯାଇଚି। ଖୁବ ଶୀଘ୍ର ବାକି ଗୁଡ଼ିକର କାମ ସରିବ। ଜମି ଅଧିଗ୍ରହଣ ସମସ୍ୟା ପାଇଁ ପାଇପ ପକାଇବା ରେ ସମସ୍ୟା ହେଉଛି ଯାହାର ସମାଧାନ କରାଯିବ ।
ପାଣିର ଉତ୍ସ ପାଇଁ ଭୂତଳ ଜଳ ଓ ନଦୀର ଜଳକୁ ବ୍ୟବହାର କରୁଚୁ। ବୈଠକରେ ନଦୀର ଜଳକୁ ବ୍ୟାରେଜ୍ ଯୋଗେ କିପରି ଅଧିକ ବ୍ୟବହାର କରାଯିବ ସେ ନେଇ ଆଲୋଚନା ହୋଇଛି।ବହିଯାଉଥିବା ପାଣିର ୧୭ ପ୍ରତିଶତ ହିଁ ଆମେ ବ୍ୟବହାର କରୁଛେ ,ବାକି ସମୁଦ୍ରରେ ମିଶିଯାଏ। ତେଣୁ ବ୍ୟାରେଜ୍ ମାଧ୍ୟମରେ ଅଧିକ ପାଣି ସଂଗ୍ରହ ପାଇଁ ଚେଷ୍ଟା କରାଯିବ ବୋଲି ମନ୍ତ୍ରୀ ଡାଃ ମହାପାତ୍ର କହିଛନ୍ତି ।

ସହରାଚଂଳ ମାନଙ୍କରେ ଯୋଗାଇ ଦିଆଯାଉଥିବା ପାନୀୟଜଳ ଦେୟ ଆଦାୟ ନିମନ୍ତେ ଲାଗିଥିବା ମିଟର ବଦଳରେ ସ୍ମାର୍ଟ ମିଟର ଲାଗାଯିବ । ତେବେ ବର୍ତମାନ ପାଇଁ ପରୀକ୍ଷା ମୂଳକ ଭାବେ ପାଇଲଟ୍ ବେଶିଷ୍‌ରେ କେତେକ ସହରାଚଂଳର କେତେକ ସ୍ଥାନରେ କାର୍ଯ୍ୟକାରୀ କରାଯିବ ଏବଂ ସଫଳତା ମିଳିଲେ ସମସ୍ତ ଅଂଚଳରେ ଏବଂ ସବୁ ସହରାଚଂଳରେ ଲଗାଯିବ ।

ଉନ୍ନତି ଭବନ ୨ୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ , ୱାଟକୋ ପରିଚାଳନା ନିର୍ଦ୍ଦେଶକ ଗୁରୁ ଚରଣ ଦାସ , ଇଆଇସି ଓ OWSSB ରତିନ୍ଦ୍ର ନାରାୟଣ ମଲ୍ଲିକ , ଇଆଇସି ପିଏଚ୍‌ଇଓ ବିଳାସ ବେହେରାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking