ସୁନ୍ଦରଗଡ : ପୋଖରୀରେ ବୁଡି ଦ୍ୱିତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଘଟିଛି । ସୁନ୍ଦରଗଡ ଜିଲ୍ଲା ଲଇକେରା ଥାନା ଫାଣ୍ଡିଂ ଜାମମାଲ ଗ୍ରାମରେ ଶୁକ୍ରବାର ଅପରାହ୍ଣରେ ଏହି ଘଟଣା ଘଟିଛି । ମୃତ ଛାତ୍ରୀ ହେଲା ଶ୍ରାବଣୀ ମାଝୀ । ପରିବାର ଲୋକେ ପୋଖରୀ ଭିତରୁ ଖୋଜି ଶ୍ରାବଣୀକୁ ପାଇବା ପରେ ବାମରା ଗୋବିନ୍ଦପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଯାଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ରାତି ହୋଇଯାଇଥିବାରୁ ଆଜି ଶବ ବ୍ୟବଚ୍ଛେଦ କରାଇଥିଲା।ସାହାସପୁର ଫାଣ୍ଡି ଅଧିକାରୀ ଶିବ ରଣବିଡେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲେ। ଛାତ୍ରୀ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ସହିତ ଗ୍ରାମ ତଥା ବିଦ୍ୟାଳୟରେ ଶୋକର ଛାୟା ଖେଳିଯାଇଛି ।










