24.1 C
Bhubaneswar
Sunday, February 15, 2026
Homeଓଡିଶାଜୀବନ ହାରିଲେ ନବମ ଶ୍ରେଣୀ ଛାତ୍ର

ଜୀବନ ହାରିଲେ ନବମ ଶ୍ରେଣୀ ଛାତ୍ର

କାଲିମେଳା : ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଗୁମ୍ଫାକୋଣ୍ଡା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର ବିଦ୍ୟାଳୟ ପଛପଟେ ଥିବା ପାଚେରୀ ନିକଟ ଏକ ଗଛରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ସୋମବାର ରାତିରେ ଏହି ଘଟଣା ହୋଇଥିବା କୁହାଯାଉଛି। ମୃତ ଛାତ୍ର ଜଣକ କାମବେଡା ପଞ୍ଚାୟତ ଅନ୍ତର୍ଗତ କାମବେଡା ଗ୍ରାମର ମୁକା ମାଡକାମିଙ୍କ ବଡ଼ ପୁଅ ରିଗେନ ମାଡକାମୀ । ଖବର ପାଇ କାଲିମେଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରିବାର ଲୋକ ପହଞ୍ଚି ଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ କିମ୍ବା ଜିଲା ପ୍ରଶାସନର ଦେଖା ମିଳିନାହିଁ। ଅନୁସୂଚିତ ଜାତି ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଏହି ଆବାସିକ ଛାତ୍ର ବାସରେ ୨୭୫ ଜଣଛାତ୍ର ରହି ଅଧ୍ୟୟନ କରୁଥିବା ବେଳେ ୧୧୦ଜଣ ଛାତ୍ରୀ ପାଠ ପଢୁଛନ୍ତି। ବିଦ୍ୟାଳୟ ଓ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ, ଶିକ୍ଷକମାନେ ଠିକ ଭାବେ ବିଦ୍ୟାଳୟରେ ରହୁ ନ ଥିବା ଅଭିଯୋଗ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking