30.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶଦଶମ ଶ୍ରେଣୀ ଛାତ୍ର ନେଲା ଚରମ ନିଷ୍ପତ୍ତି; ଝୁଲିପଡି ହାରିଲା ଜୀବନ

ଦଶମ ଶ୍ରେଣୀ ଛାତ୍ର ନେଲା ଚରମ ନିଷ୍ପତ୍ତି; ଝୁଲିପଡି ହାରିଲା ଜୀବନ

ଲକ୍ଷ୍ନୌ : ୧୭ ବର୍ଷର ଦଶମ ଶ୍ରେଣୀ ଛାତ୍ର ନେଲା ନିଷ୍ଠୁର ନିଷ୍ପତ୍ତି । ଝୁଲିପଡି ହାରିଲା ଜୀବନ । ତାର ଏହି କାର୍ଯ୍ୟ ସାଧାରଣ ଲାଗିଥିଲେ ମଧ୍ୟ ନଥିଲା ସାଧାରଣ । ସାଙ୍ଗମାନଙ୍କ ନିର୍ଯାତନା ଓ ପୋଲିସର ନିଷ୍କ୍ରିୟତା ତାକୁ ବାଧ୍ୟ କରିଥିଲା ଏହି ନିଷ୍ପତ୍ତି ନେବାକୁ ବୋଲି ଅଭିଯୋଗ ହୋଇଛି ।ଘଟଣା ଘଟିଯିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି, ଏଥିସହ ମାମଲାକୁ ଅଣଦେଖା କରିବା ଅଭିଯୋଗରେ ଜଣେ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶ ଲକ୍ଷ୍ନୌର ବସ୍ତିରେ । ନାବାଳକଙ୍କୁ ତାଙ୍କ ଜଣେ ଝିଅ ସାଙ୍ଗର ଜନ୍ମଦିନ ପାଇଁ ଅନ୍ୟ ସହପାଠୀମାନେ ପ୍ରଲୋଭିତ କରି ଡାକିନେଇଥିଲେ । ଏହା ପରେ ତାଙ୍କୁ ଏକ ନିଛାଟିଆ ସ୍ଥାନରେ ଥିବା ଘରର ପଛପଟକୁ ନେଇଯାଇଥିଲେ।

ସେଠାରେ ଛାତ୍ରଙ୍କୁ ସହପାଠୀମାନେ ମିଶି ବିବସ୍ତ୍ର କରିବା ସହ ଶାରୀରିକ ରୂପେ ଅସଦାଚରଣ ଓ ଅପମାନ କରିଥିଲୋ ତାଙ୍କୁ ଜୋରଜବରଦସ୍ତ ପରିସ୍ରା ପିଆଇଦେଲେ । ତାଙ୍କ ସହ ଦୁର୍ବ୍ୟବହାର କରିବା ବେଳର ଭିଡିଓ ମଧ୍ୟ କରି ତାହାକୁ ଭାଇରାଲ କରିବାକୁ କହିଥିଲେ । ଭିଡିଓଟି ନଷ୍ଟ କରିବାକୁ ଛାତ୍ରଟି କାକୁତି ମିନତି ହେବାରୁ ତାଙ୍କୁ ସେମାନଙ୍କ ଛେପ ଚାଟିବାକୁ ବାଧ୍ୟ କଲେ । ଘଟଣାଟି ଡିସେମ୍ବର ୨୦ରେ ଘଟିଥିଲା । ଘରକୁ ଫେରିବା ପରେ ଛାତ୍ରଟି ସବୁ କଥା ଘରେ କହିଥିଲେ । ଏହାକୁ ନେଇ ପରିବାର ଲୋକେ ତୁରନ୍ତ କାପ୍େଟନ ଗଞ୍ଜ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଥାନାର ଏସଏଚଓ ଏହା ଉପରେ କୌଣସି ପଦକ୍ଷେପ ନ ନେବାରୁ ଛାତ୍ର ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ସର୍କଲ ଅଧିକାରୀ କହିଛନ୍ତି କି, ମୃତ ଛାତ୍ରଙ୍କ ମାମୁଁଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି । ଘଟଣାରେ ଛାତ୍ରୀଙ୍କ ସହ ତିନି ଜଣଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି । ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଛାତ୍ର ଫେରାର ଅଛି ବୋଲି କହିଛନ୍ତି ସର୍କଲ ଅଧିକାରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking