28.1 C
Bhubaneswar
Monday, February 23, 2026
Homeଓଡିଶାପୁତ୍ର ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ

ପୁତ୍ର ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଦଶମ ଶ୍ରେଣୀ ଛାତ୍ରୀ ଛୁଆ ଜନ୍ମ ଦେଇଛନ୍ତି। ଆଜି ଛାତ୍ରୀ ଜଣକ ଚିତ୍ରକୋଣ୍ଡା ମେଡିକାଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଘଟଣା ଅନୁଯାୟୀ ସ୍ଥାନୀୟ ଏକ ବିଦ୍ୟାଳୟରେ ହଷ୍ଟେଲରେ ରହି ପାଠ ପଢ଼ୁଥିବା ଛାତ୍ରୀ ଜଣକ ବର୍ତ୍ତମାନ ଦଶମ ପରୀକ୍ଷା ଦେଉଛନ୍ତି। ଗତକାଲି ମଧ୍ୟ ସେ ଇଂରାଜୀ ପରୀକ୍ଷା ଦେଇଥିବା ଛାତ୍ରୀଙ୍କ ବାପା କହିଛନ୍ତି। ଛାତ୍ରୀଙ୍କ ବାପାଙ୍କ କହିବା ଅନୁଯାୟୀ ସ୍କୁଲର ଜଣେ ଶିକ୍ଷୟିତ୍ରୀ ଫୋନ କରି ତମର ଝିଅ ଦିଶୁନାହିଁ କହିଥିଲେ। ତୁରନ୍ତ ସ୍କୁଲକୁ ଆସିବାକୁ କହିଥିଲେ। ବାପା ଓ ମାଆ ସ୍କୁଲ ଯାଇ ଝିଅ ସମ୍ପର୍କରେ ପଚାରିବାରୁ ସେମାନେ ଏକ ବଡ଼ ଘଟଣା ଘଟିଥିବା କହିଥିଲେ। ତୁମ ଝିଅ ଏକ ଛୁଆ ଜନ୍ମ କରିଛି। ଏହି କଥା ଶୁଣି ବାପାଙ୍କ ମୁଣ୍ଡ ଘୁରାଇ ଯାଇଥିଲା। ମେଡ଼ିକାଲ ଆସି ପରିବାର ଲୋକେ ଦେଖିଥିଲେ। ବାପାଙ୍କ କହିବା ଅନୁଯାୟୀ ଝିଅ ଘରକୁ ଆସିନାହିଁ। ସେ ହଷ୍ଟେଲରେ ରହି ପାଠ ପଢୁଥିଲା। ଝିଅ ସହ ପରୀକ୍ଷା ପୂର୍ବରୁ କଥା ହୋଇଥିଲି। ସେଭଳି କୌଣସି ଝିଅ କହି ନଥିଲା କି ମୁ ଜାଣିପାରିନଥିଲି। ତେବେ ଝିଅ କିପରି ଗର୍ବବତୀ ହେଲା ସେ କିଛି ଜାଣି ନଥିବା ବେଳେ ଏହାର ପ୍ରଶାସନ ତଦନ୍ତ କରନ୍ତୁ ବୋଲି ପରିବାର ଲୋକେ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking