31.1 C
Bhubaneswar
Friday, February 13, 2026
Homeଅପରାଧମଦ ପାଇଁ ବାସିନ୍ଦା ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ

ମଦ ପାଇଁ ବାସିନ୍ଦା ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ

ଗୁରୁଗ୍ରାମ : ମଦ ପିଇବାକୁ ନେଇ ଗଣ୍ଡଗୋଳ । ଗୁରୁଗ୍ରାମର ଏକ ପୋସ୍ ହାଉସିଂ ସୋସାଇଟିରେ ଘଟିଛି ଏଭଳି ଘଟଣା । ବାସିନ୍ଦା ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମଦ ପିଇବାକୁ ନେଇ ସଂଘର୍ଷ ହୋଇଛି । ଉଭୟ ପକ୍ଷଙ୍କ ମଧ୍ୟରେ ଭୟଙ୍କର ଯୁକ୍ତିତର୍କ ହେଉଥିବାର ଦେଖିବାକୁ ମିଳିଛି। ଗୁରୁଗ୍ରାମର ସେକ୍ଟର ୯୫ରେ ଥିବା ଆଓଏଫ ଆନନ୍ଦ ସୋସାଇଟିର କମ୍ପ୍‌ଲେକସ ଅଞ୍ଚଳର ଜଣେ ସୁରକ୍ଷାକର୍ମୀ ମଦ ପିଇବାକୁ ନେଇ ଗୁରୁବାର ଦିନ ଆପତ୍ତି ଜଣାଇବା ପରେ ଏହି ଘଟଣା ଜଣାଯାଇଛି। ସୁରକ୍ଷାକର୍ମୀ ଜଣକ ମଦ୍ୟପାନକୁ ବାରଣ କରିବାକୁ କଥା କଟାକଟି ଆରମ୍ଭ ହୋଇଥିଲା। କଥାବାର୍ତ୍ତା ତୁରନ୍ତ ତୀବ୍ର ଯୁକ୍ତିତର୍କର ରୂପ ଗ୍ରହଣ କଲା ଏବଂ ସେଠାକାର ବାସିନ୍ଦାମାନେ ସୁରକ୍ଷାକର୍ମୀଙ୍କୁ ଧକ୍କା ଦେବା ଆରମ୍ଭ କଲେ। ଏପଟି ଘଟଣାକୁ ନେଇ ତୁରନ୍ତ କୁଇକ୍‌ ରେସ୍‌ପନ୍ସ ଟିମ୍‌ କୁ ଅବଗତ କରାଯାଇଥିଲା। ଭିଡିଓରେ ଦେଖିବବାକୁ ମିଳିିଛି ଯେ କ୍ବ୍ୟୁଆରଟି ପହଞ୍ଚିବା ବେଳକୁ ସେହିପରି ଉତ୍ତେଜନା ଲାଗି ରହିଥିଲା। ଭିଡିଓରେ ଆହୁରି ବି ଦେଖିବାକୁ ମିଳିଛି ଯେ କ୍ବ୍ୟୁଆରଟି ପହଞ୍ଚି ଘଟଣାକୁ ଆୟତ୍ତ କରିବା ବେଳେ ସେମାନଙ୍କ ଦଳର ଜଣଙ୍କ ଉପରେ ବି ମାଡ଼ ବସିଥିଲା। ଏହି ସଂଘର୍ଷ ତୀବ୍ର ହେବାପରେ ଜଣେ କ୍ବ୍ୟୁଆରଟି କର୍ମଚାରୀ ଏଭଳି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଦୌଡ଼ି ପଳାଇ ଯାଇଥିଲେ। ସେହିପରି ଅନ୍ୟ ଜଣେ ନିଜ ଗାଡ଼ି ନେଇ ଆପାର୍ଟମେଣ୍ଟ୍‌ ବାହାରକୁ ପଳାଇଥିଲେ। ସିକ୍ୟୁରିଟି କ୍ୟାମେରା ଫୁଟେଜକୁ ଭିତ୍ତି କରାଯାଇ ଏବେ ଘଟଣାର ତଦନ୍ତ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking