33.1 C
Bhubaneswar
Tuesday, March 31, 2026
Homeଦେଶ ବିଦେଶଶୀତଳା ମନ୍ଦିରରେ ଦଳାଚକଟା: ୮ ମୃତ

ଶୀତଳା ମନ୍ଦିରରେ ଦଳାଚକଟା: ୮ ମୃତ

ବିହାର: ବିହାରର ନାଳନ୍ଦାର ଶୀତଳା ମନ୍ଦିରରେ ଦଳାଚକଟା ପରିସ୍ଥିତ ଉପୁଜି ୮ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ପାଟନାର ବୋଲି ଜଣାପଡିଛି । ବିହାର ଦୀପନଗର ଥାନା ଅଞ୍ଚଳ ଅନ୍ତର୍ଗତ ମାଘରାର ଶୀତଳା ମନ୍ଦିରରେ ଏହି ଅଘଟଣ ଘଟିଛି । ସୂଚନା ଅନୁଯାୟୀ, ଆଜି ଚୈତ୍ର ମାସର ଶେଷ ମଙ୍ଗଳବାର ହୋଇଥିବାରୁ ଶୀତଳା ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ଶୀତଳା ଅଷ୍ଟମୀ ଅବସରରେ ମା’ଙ୍କୁ ବାସି ଭୋଗ ଲାଗି କରିବାର ପରମ୍ପରା ରହିଛି। ମନ୍ଦିର ନିକଟରେ ମେଳା ଲାଗିଥିବାରୁ ରାସ୍ତା ଅତ୍ୟନ୍ତ ସଂକୀର୍ଣ୍ଣ ହୋଇପଡ଼ିଥିଲା। ଏହି ସମୟରେ ଅତ୍ୟଧିକ ଭିଡ଼ ଯୋଗୁଁ ହଠାତ୍ ପାଦଚକଟା ଆରମ୍ଭ ହୋଇଥିଲା। ଜୀବନ ବଞ୍ଚାଇବା ପାଇଁ ଲୋକେ ଏପଟ ସେପଟ ଦୌଡ଼ିବା ଫଳରେ ଅନେକ ମହିଳା ତଳେ ପଡ଼ି ଦଳି ହୋଇଯାଇଥିଲେ।  ଯାହା ଫଳରେ ୮ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ତଥାପି ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ, ଉଦ୍ଧାରବାହିନୀ ଟିମ, ଆମ୍ବୁଲାନ୍ସ ପହଞ୍ଚିଥିଲା । ପୋଲିସ ମୃତଦେହକୁ ଜବତ କରି ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ପଠାଯାଇଛି । ସାଙ୍ଗେ ସାଙ୍ଗ ମନ୍ଦିର ପରିସରକୁ ଖାଲି କରାଯାଇ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପଟେ ଏହି ଘଟଣା କିପରି ହେଲା ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking