ଏହା ଆମ ଦୃଷ୍ଟିକୁ ଆସିଛି ଯେ ଏକ ଗଣମାଧ୍ୟମ ରିପୋର୍ଟ, ଆଧାର ସମ୍ବନ୍ଧୀୟ ତ୍ରୁଟି ବିଷୟରେ କେତେକ ଭୁଲ ଏବ” ବିଭ୍ରାନ୍ତିକର ସୂଚନା ପ୍ରସାରିତ କରିଛି ଯାହା ଓଡ଼ିଶାର 73,000 କୃଷକଙ୍କୁ ପିଏମ-କିଷାନ ଯୋଜନା ଅଧୀନରେ ଲାଭ ପାଇବାରେ ବାଧା ସୃଷ୍ଟି କରିଛି। ନୋଡାଲ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ସ୍ପଷ୍ଟ କରେ ଯେ ରିପୋର୍ଟ କରାଯାଉଥିବା ସୂଚନା ଭୁଲ ଏବଂ ବିଭ୍ରାନ୍ତିକର । ଓଡ଼ିଶା ବର୍ତ୍ତମାନ ପିଏମ-କିଷାନ ଯୋଜନା ଅଧୀନରେ ପ୍ରାୟ 35 ଲକ୍ଷ ହିତାଧିକାରୀଙ୍କୁ ସେବା ପ୍ରଦାନ କରୁଛି । ସମସ୍ତ ପଞ୍ଜୀକୃତ ହିତାକାରୀ ସଫଳତାର ସହ ଇ-କେୱାଇସି, ଲ୍ୟାଣ୍ଡ ସିଡିଂ ଏବଂ ଏନପିସିଆଇ ସିଡିଂ ପ୍ରକ୍ରିୟା ମାଧ୍ୟମରେ ଆଧାର-ବ୍ୟାଙ୍କ ଆକାଉଣ୍ଟ ଲିଙ୍କେଜ୍ ସମେତ ବାଧ୍ୟତାମୂଳକ ଯୋଗ୍ୟତା ଆବଶ୍ୟକତାକୁ ପୂରଣ କରିଛନ୍ତି, ଯାହା ଯୋଜନା ଅଧୀନରେ ଲାଭ ପାଇବା ପାଇଁ ଆବଶ୍ୟକ | ବର୍ତ୍ତମାନ, ରାଜ୍ୟରେ ପ୍ରଧାନମନ୍ତ୍ରୀ-କିଷାନ ହିତାଧିକାରୀମାନଙ୍କୁ ପ୍ରଭାବିତ କରୁଥିବା ଆଧାର ସମ୍ପର୍କିତ କୌଣସି ବିସଙ୍ଗତି ବିଚାରାଧୀନ ନାହିଁ I










