28.1 C
Bhubaneswar
Tuesday, February 3, 2026
Homeଓଡିଶାପୁରୁଣା ପେନସନ ଲାଗୁକରିବାକୁ ଦାବିପତ୍ର; ୨୬ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବ ମହାସଂଘ

ପୁରୁଣା ପେନସନ ଲାଗୁକରିବାକୁ ଦାବିପତ୍ର; ୨୬ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବ ମହାସଂଘ

ଭୁବନେଶ୍ୱର : କେନ୍ଦ୍ରସରକାର କର୍ମଚାରୀ ମାନଙ୍କ ନିମନ୍ତେ ୟୁନିଫାଏଡ ପେନସନ ସ୍କିମ ଘୋଷଣା କରିବା ପରେ ଦେଶରେ କର୍ମଚାରୀ ମାନଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି।ଉକ୍ତ ପରିପ୍ରେକ୍ଷୀରେ ଦେଶରେ ସମସ୍ତ କେନ୍ଦ୍ର ଏବଂ ରାଜ୍ୟ ସରକାରୀ କର୍ମଚାରୀ ଆସନ୍ତା ସେପ୍େଟମ୍ବର ୨୬ ତାରିଖ ଦିନ ନିଜ ନିଜ ଜିଲ୍ଲାର ଜିଲ୍ଲପାଳ ମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ପୁରୁଣା ପେନସନ ଲାଗୁ କରିବା ନିମନ୍ତେ ଦାବିପତ୍ର ପ୍ରଦାନ କରିବେ। ଏଥିନିମନ୍ତେ ଏନ ଏମ ଓ ପି ଏସ ଓଡିଶା ରାଜ୍ୟ ସଭାପତି ବିଜୟ ମଲ୍ଲ ଙ୍କ ଅଧକ୍ଷତାରେ ଗତକାଲି ଏକ ଆଭାସୀ ବୈଠକ ମାଧ୍ୟମରେ ପୁରୁଣା ପେନସନ ଅଭିଯାନର ସମସ୍ତ ରାଜ୍ୟ କର୍ମକର୍ତା, ବିଭିନ୍ନ ସଂଗଠନର ରାଜ୍ୟ ସଭାପତି, ସମ୍ପାଦକ, ଜିଲ୍ଲା ସଭାପତି, ସମ୍ପାଦକ ଏବଂ ସମସ୍ତ ସକ୍ରିୟ ଏନ ପି ଏସ କର୍ମଚାରୀ ଯୋଗଦେଇଥିଲେ ଏବଂ ନିଜ ନିଜ ମତ ରଖିଥିଲେ। ବୈଠକର ନିଷ୍ପତି ଅନୁଯାୟୀ ସମସ୍ତ ଜିଲ୍ଲାରେ ଜିଲ୍ଲାପାଳ ମାନଙ୍କୁ ଦାବିପତ୍ର ପ୍ରଦାନ ସହିତ ସମସ୍ତ କର୍ମଚାରୀ ପୁରୁଣା ପେନସନ ହାସଲ କରିବା ପର୍ଯ୍ୟନ୍ତ ଏକ ହୋଇ କାମ କରିବା ସହିତ ତୃଣମୂଳ ସ୍ତରରେ କାର୍ଯ୍ୟ କରି ସଂଗଠନକୁ ସୁଦୃଢ କରି ଓଡ଼ିଶାରେ ପୁରୁଣା ପେନସନ ଲାଗୁ ପଯ୍ୟନ୍ତ ଲଢେଇ କରିବାକୁ ଶପଥ ନେଇଥିଲେ ବୋଲି ପୁରୁଣା ପେନସନ ଅଭିଯାନ ରାଜ୍ୟ ସଭାପତି ବିଜୟ ମଲ୍ଲ ,ପ୍ରଜ୍ୟୋତ୍ନ ବରାଳ,ଅଜୟ ସ୍ୱାଇଁ,ଅଶ୍ୱିନୀ ମିଶ୍ର,ରାଜେଶ ମହାନ୍ତି,ବଙ୍କୀମ୍ ସାଗର, ବିମଳ ଚୌଧୁରୀ, ଖଗେନ୍ଦ୍ର ପାଲ,ବିଭୂ ପ୍ରସାଦ ସାହୁ, ସୁଶାନ୍ତ ବେହେରା,ବିକ୍ରମ ରଥ, ଶ୍ରୀକାନ୍ତ ବାରିକ,ରାମଲାଲ ପଟେଲ, ରଶ୍ମୀରଂଜନ ପାଢୀ, ଗୁରୁଗୋବିନ୍ଦ ଦଳାଇ, ରବିନ୍ଦ୍ର ପ୍ରଧାନ, ଶୁଭ୍ରଜିତ ପ୍ରତିହାରୀ, ରାଜେନ୍ଦ୍ର ମଲ୍ଲିକ, ଅନ୍ତର୍ଯ୍ୟାମୀ ଲେଙ୍କା, କ୍ଷୀତିଶ ପଣ୍ଡା, ପ୍ରଶାନ୍ତ ରାଉରାୟ, ସୁଧାଂଶୁ ପୁହାଣ, ଆଦିତ୍ୟ ନାରାୟଣ ସ୍ୱାଇଁ, ଶୁଚିସ୍ମିତା ଦାସ, ଅନୀତା ବେହେରା,ଶିବ ଶଙ୍କର ସାହୁ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking