କଟକ: କଟକରେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ । କଟକରେ ପହଞ୍ଚି ଶହୀଦ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଲେ ସିଜେଆଇ । ଓଡିଶା ହାଇକୋର୍ଟ ବାର ଆସୋସିଏସନ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି । ୫୦ ବର୍ଷରୁ ଅଧିକ ଓକିଲାତି କରିଥିବା ଆଇନଜୀବୀ ହେବେ ସମ୍ବର୍ଦ୍ଧିତ । ଦାୟିତ୍ୱ ଗ୍ରହଣ କରିବା ପରେ ସିଜେଆଇ ସୂର୍ଯ୍ୟକାନ୍ତଙ୍କ ଏହା ପ୍ରଥମ ଓଡିଶା ଗସ୍ତ । ଗତକାଲି ଭୁବନେଶ୍ୱରରେ ପହଞ୍ଚିବା ପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ସ୍ୱାଗତ କରିଥିଲେ । କାର୍ଯ୍ୟସୂଚୀ ଅନୁଯାୟୀ, କଟକ ହାଇକୋର୍ଟ ବାର ଆସୋସିଏସନ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ, ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ, ରାଜ୍ୟ ବାର ପରିଷଦ ସଭାପତି ସୀତାଂଶୁ ମୋହନ ଦ୍ୱିବେଦୀଙ୍କ ସମେତ ରାଜ୍ୟ ସାରାରୁ ଅନ୍ୟ ବିଚାରପତି, ଆଇନଜୀବୀ ଏବଂ ଅଧିକାରୀମାନେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମ ଶେଷ ହେବ ପରେ ଭାରତର ମୁଖ୍ୟ ବିଚାରପତି ଦିଲ୍ଲୀ ଯିବେ।










