18.1 C
Bhubaneswar
Monday, December 15, 2025
Homeଓଡିଶାଯୁବତୀ ଓ ମହିଳାଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଆତ୍ମାହୁତି ପ୍ରବୃତ୍ତିକୁ ରୋକିବା ପାଇଁ ନାଗରିକ...

ଯୁବତୀ ଓ ମହିଳାଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଆତ୍ମାହୁତି ପ୍ରବୃତ୍ତିକୁ ରୋକିବା ପାଇଁ ନାଗରିକ ସମାଜ ଏକଜୁଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱରର ଗୀତ ଗୋବିନ୍ଦ ସଦନ କନଫରେନ୍ସ ହଲରେ  ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ  ସମ୍ମିଳନୀରେ ନାଗରିକ ସମାଜ, ବରିଷ୍ଠ ନାଗରିକ, ବରିଷ୍ଠ ସାମ୍ବାଦିକ, ମହିଳା ଅଧିକାରୀ କର୍ମୀ, ଏବଂ ଅଭିଭାବକମାନେ  ଏକତ୍ରିତ ହୋଇ ଓଡିଶାରେ ଯୁବତୀ ଓ ମହିଳାଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଆତ୍ମାହୁତି ପ୍ରବୃତ୍ତି  ଏବଂ ଅସମ୍ବେଦନଶୀଳ ଓ ସମ୍ବେଦନଶୀଳ ଗଣମାଧ୍ୟମ ରିପୋର୍ଟିଂ ଦ୍ୱାରା ଏହାର  ଗମ୍ଭୀରତାକୁ ଉପଲବ୍ଧ କରିବାକୁ ଅନୁରୋଧ କରିଥିଲେ ।

ବକ୍ତାମାନେ ଉଲ୍ଲେଖ କରିଥିଲେ ଯେ ଆତ୍ମାହୁତି ପ୍ରବୃତ୍ତି- ଯାହା ପ୍ରାୟ ସୋସିଆଲ ମିଡିଆରେ ଭାଇରାଲ  ଟ୍ରେଣ୍ଡ , ସାଙ୍ଗସାଥୀଙ୍କ ଚାପ ଓ ଦୀର୍ଘକାଳୀନ  ମନୋବୈଜ୍ଞାନିକ କ୍ଷତି ସୃଷ୍ଟି କରୁଛି ।  ଅସମ୍ବେଦନଶୀଳ ଗଣମାଧ୍ୟମ ରିପୋର୍ଟିଂ  ଏହି ସମସ୍ୟାକୁ ଆହୁରୀ ଗମ୍ଭୀର କରୁଛି ,ସମ୍ବେଦନଶୀଳ ଶିରୋନାମା ଓ ନିନ୍ଦାତ୍ମକ  ବିବରଣୀ କ୍ଷତିକାରକ ଆଚରଣକୁ ସାଧାରଣୀକରଣ କରୁଛି, ଆତ୍ମ ସମ୍ମାନ ହ୍ରାସ କରୁଛି । ଏବଂ ବ୍ୟକ୍ତିଗତ  ଗୌରବକୁ ହାନି ପହଞ୍ଚାଉଛି । ଯାହା ରାଜ୍ୟରେ ଯୁବତୀମାନଙ୍କ ମାନସିକ ସ୍ୱାସ୍ତ୍ୟ ଓ ସମ୍ମାନ ଉପରେ ଗଭୀର ପ୍ରଭାବ ପକାଇ ଦିଗହରା ଭାବରେ ଆତ୍ମାହୁତି ପ୍ରବୃତ୍ତିକୁ ଆପଣାଇନେଉଛନ୍ତି ।  ଏହି ସମସ୍ୟା ଉପରେ  ବିଭିନ୍ନ ସାମାଜିକ ଚିନ୍ତାଶୀଳ ବ୍ୟକ୍ତି ଓ  ବୃତ୍ତିଗତ  ବିଶେଷଜ୍ଞଙ୍କ ଠାରୁ ଅଧିକ ପରାମର୍ଶ ଓ ଧାରଣା ସଂଗ୍ର ପାଇଁ , ଗଣମାଧ୍ୟମମାନଙ୍କୁ ନୈତିକ ରିପୋର୍ଟିଂ ଏବଂ ସମ୍ବେଦନଶାଳତା  ଉପରେ ପରାମର୍ଶ ଏବଂ ନିବେଦନ ନିମନ୍ତେ ଏବଂ ଅପମାନଜନକ ଓ ପ୍ରୋତ୍ସାହିତ ସୃଷ୍ଟିକାରୀ ରିପୋର୍ଟିଂକୁ ନିରୁତ୍ସାହିତ କରିବା ପାଇଁ ନୀରିକ୍ଷଣ  କରିବା ପାଇଁ ବହୁ ଅଂଶୀଦାରୀ ଟାସ୍କ ଫୋର୍ସ ଗଠନ ପାଇଁ  ଓଡିସା ସରକାରଙ୍କୁ  ପ୍ରସ୍ତାବ ପ୍ରଦାନ ଉପରେ  ସମ୍ମିଳିତ ସହମତ ପାଇଁ  ଆସନ୍ତା ଅଗଷ୍ଟ ୨୧ରେ ବିଶେଷଜ୍ଞମାନଙ୍କ ମାନସମନ୍ଥନ ନିମନ୍ତେ ଭୁବନେଶ୍ୱରରେ ଏକ ରାଜ୍ୟସ୍ତରୀୟ ସେମିନାର ଆୟୋଜନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଗଲା ।

ଓଡିଶା ଅବସରପ୍ରାପ୍ତ  ପୋଲିସ ପଦାଧିକାରୀ କଲ୍ୟାଣ ସମିତି, ବୋଉ ଫାଉଣ୍ଡେସନ, ରାଜ୍ୟ ବରିଷ୍ଠ ନାଗରିକ ମହିଳା ସଂଘ,  ପରାଜ୍ୟ ବରିଷ୍ଠ ନାଗରିକ ଫେଡେରେସନ  , ମା’ ଘର ଫାଉଣ୍ଡେସନ,ଓଡିଶା ଅଭିଭାବକ ମହାସଂଘ, ଏବଂ ବେଟି ବଚାଓ ଅଭିଯାନ ଦ୍ୱାରା  ମିଳିତ ଭାବେ ଆୟୋଜିତ ହୋଇଥିବା  ଆଜିର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସୂଯ୍ୟମଣି ତ୍ରିପାଠୀ, ଶ୍ରୀପ୍ରତାପ ରଥ, ଶ୍ରୀ ଅତିଶ ମହାନ୍ତି,  ଶ୍ରୀ ମଧୁମାଧବ ଜେନା,  ଡାକ୍ତର ସେବା ମହାମାପାତ୍ର, ଶ୍ରୀ ସମ୍ପଦ ମାପାତ୍ର,  ଶ୍ରୀ ରବି ଦାସ,  ଶ୍ରୀ ନିଳମୋନ ତ୍ରିପାଠୀ,  ଶ୍ରୀମତି କସ୍ତୁରୀ ମହାପାତ୍ର, ଶ୍ରୀମତି ଋତୁପୂଣ୍ଣା ମହାନ୍ତି , ଶ୍ରୀ ବାସୁଦେବ ଭଟ୍ଟ ଏବଂ ଶ୍ରୀମତି ଲୋପାମୁଦ୍ରା ମହାନ୍ତିଙ୍କ ସମେତ ଗଣମାଧ୍ୟମ ସାମ୍ବାଦିକ , ସାମାଜିକ କର୍ମୀ , ମନୋବିଜ୍ଞାନୀ , ଶିକ୍ଷାବିତ ମାନେ ଅଂଶଗ୍ରଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking