ନୂଆଦିଲ୍ଲୀ: ଶେଷରେ ରାସ୍ତାରେ ରଖାଯାଇଥିବା ସିଭିକ ବେଞ୍ଚ କୁ ମଧ୍ୟ ଛାଡିଲେନି । ତାକୁ ମଧ୍ୟ ଉଠାଇ ନେଇଗଲେ । ଆଉ ନିଜ ଗାଡିରେ ନେଇଯିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏଭଳି ଏକ ଘଟଣା ନାଗପୁରର ମେଟ ଛକରେ ଘଟିଛି । ଟିକେ ଡର ଭୟ ନରଖି ରାସ୍ତାରୁ ଚେୟାର ନେଇଯାଉଛନ୍ତି ମହିଳା ଏବଂ ପୁରୁଷ ଜଣଙ୍କ । ସ୍ପଷ୍ଟ ଦିବା ଲୋକରେ ଘଟୁଛି ଏଭଳି ଘଟଣା । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । କେହି କେହି ଏହି ଭିଡିଓକୁ ଦେଖି ହସୁଛନ୍ତି ତ ଆଉ କେହି କ୍ରୋଧରେ ପ୍ରଶ୍ନ ଉଠାଇଛନ୍ତି । ହେଲେ କିଏ ସହେି ମହିଳା , ପୁରୁଷ ଜଣଙ୍କ ତାହା ଏ ଯାବତ ଜଣାପଡିନାହିଁ । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଚୋରକୁ ଧରିବ ବୋଲି କୁହାଯାଉଛି । ତେବେ ଏହି ଘଟଣା ପରେ ସ୍ଥାନୀୟ ବାସୀଙ୍କ ଉପରେ ଚିନ୍ତାର ବିଷୟ ପାଲଟିଛି । ପ୍ରଶାସନ ଏହାକୁ ଗୁରୁତ୍ୱର ସହ ନେଉଛି ନା ହାଲୁକା ଭାବେ ଗ୍ରହଣ କରିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।