ଭୁବନେଶ୍ୱର : ଆମ ଜୀବନ ଶୈଳୀରେ ଖାଦ୍ୟରେ ବ୍ୟବହୃତ ହେଉଥିବା ମସଲା ମଧ୍ୟ ସ୍ଵାସ୍ଥ୍ୟ ପାଇଁ ରାମବାଣ ପରି କାମ କରେ । ତେବେ ଆସନ୍ତୁ ଜାଣିବା କଣ ସେହି ଉପାୟ । ଡାଲଚିନି କେବଳ ମସଲା ନୁହେଁ ବରଂ ଆୟୁର୍ବେଦିକ ଔଷଧ ଅଟେ । ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ , ଆଣ୍ଟି ଇନଫ୍ଲାମେଟୋରୀ ଏବଂ ଆଣ୍ଟିବ୍ୟାକ୍ଟୋରିଆଲ ଗୁଣ ରହିଥାଏ । ଯାହା ଏକ ଭିନ୍ନ ଗୁଣ ଦେଖାଦେଇଥାଏ । ଡାଲଚିନି ଅନେକ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ପ୍ରାକୃତିକ ଉପଶମ ଭାବରେ କାମ କରେ । ଅତ୍ୟଧିକ ରକ୍ତସ୍ରାବ କିମ୍ବା ପ୍ରବଳ ଯନ୍ତ୍ରଣା ସହିତ ମହିଳାମାନେ ସଂଘର୍ଷ କରିଥାନ୍ତି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଡାଲଚିନି ବ୍ୟବହାର କରାଯାଏ । ଯଦ୍ୱାରା ଯନ୍ତ୍ରଣା କମିଥାଏ ।
ଏହାର ବ୍ୟବହାର କିପରି କରିବେ ଜାଣନ୍ତୁ..
ଏକ କପ ଗରମ ପାଣିରେ ଅଧା ଚାମଚ ଡାଲଚିନି ପାଉଡର ମିଶାଇ ଦିନରେ ଥରେ ପିଅନ୍ତୁ । ନଚେତ ଏହାକୁ ମହୁ ସହିତ ମିଶାଇ ପିଇବା ଦ୍ୱାରା ବହୁତ ଲାଭ ହୋଇଥାଏ । ଡାଲଚିନି ଶରୀରର ମେଟାବୋଲିଜିମକୁ ତ୍ୱାରାନ୍ୱିତ କରେ । ଜମା ହୋଇଥିବା ଚର୍ବିକୁ ହ୍ରାସ କରିଥାଏ । ସୁଗର କଣ୍ଟ୍ରୋଲ କରିବା ସହିତ ଓଜନ ବୃଦ୍ଧିକୁ ରୋକିଥାଏ । ଡାଲଚିନି ଅତ୍ୟଧିକ ବ୍ୟବହାର କରିବା ଦ୍ୱାରା କିଡନୀ ଉପରେ ପ୍ରଭାବ ପଡିଥାଏ । ଗର୍ଭବତୀ ମହିଳା ମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେବନ କରିବା ଉଚିତ । ଯଦି ଶରୀରରେ କୌଣସି ଏଲର୍ଜି ଦେଖାଦେଉଛି ତେବେ , ଡାକ୍ତରଙ୍କ ପରାମର୍ଶରେ ବ୍ୟବହାର କରନ୍ତୁ ।