ଯାଜପୁର: ଯାଜପୁର ଜିଲ୍ଲାର ସର୍ବପୁରାତନ ବାକ ଦେବୀ ଜଗତ ଜନନୀ ଜ୍ଞାନଦାତ୍ରୀ ମା ସରସ୍ବତୀଙ୍କ ପୂଜା ବ୍ୟାସ ନଗର ଚୋରଦା ଗ୍ରାମରେ ୧୨୯ବର୍ଷ ଧରି ପାଳିତ ହୋଇ ଆସୁଛି l ସମଗ୍ର ଜିଲ୍ଲାରେ ଚୋରଦା ବୀଣାପାଣି ଉତ୍ସବ ପ୍ରସିଦ୍ଧ l ଏବେ ମାଙ୍କର ସୁଢଳ ମୂର୍ତ୍ତି ନୂତନ ଭାବ୍ୟ ମନ୍ଦିରରେ ପୂଜା ପାଉଛି l ଚୋରଦା ଗ୍ରାମ କମିଟି ଓ ଯୁବ ପିଢ଼ି ମାନେ ପୂଜାକୁ ସରସ ସୁନ୍ଦର କରିବା ପାଇଁ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରୁଛନ୍ତି l ରାଜ୍ୟ କଳା ସଂକୃତି ଡୁବି ଯାଇ ଥିଲା ବେଳ କଳା ସଂକୃତିକୁ ଉଦୁ ଜୀବିତ କରିବା ପାଇଁ ନିହାର ଡ଼ଙ୍ଗ ଦୁଇ ଦିନ ଧରି ସମାଜକୁ ସଚେତନତା କରିବା ପାଇଁ ନାଟକ ପରିବେଷଣ କରୁଛନ୍ତି l
ଚୋରଦା ଗ୍ରାମ କମିଟି ପକ୍ଷରୁ ୧୨୯ ତମ ମା ବୀଣାପାଣିପୂଜା ଉତ୍ସବ ମହାସମାରୋହରେ ପାଳନ କରାଯାଉଛି। ଗୁରୁବାରଠାରୁ ଗ୍ରାମକମିଟିର କୀର୍ତ୍ତନମଣ୍ଡଳୀ ପକ୍ଷରୁ କୀର୍ତ୍ତନଶଙ୍ଖ ହୁଳହୁଳି ମlଙ୍ଗଳିକ ବାଦ୍ୟରେ କଳସ ଯାତ୍ରା ଗ୍ରାମ ପଦ୍ମପୋଖରି ଠାରୁ ଆସି ମାଙ୍କର ମନ୍ଦିରରେ କଳସ ସ୍ଥାପନ କରି ଷୋଡସ ଉପଚାର ପୂଜା ଶହ ମହା ଯଜ୍ଞ ଅନୁଷ୍ଠିତ ହୋଇଥିଲା l ବେଦମନ୍ତ୍ରରେ ଆଧ୍ୟାତ୍ମିକ ବାତାବରଣ ସମଗ୍ର ଗ୍ରାମରେ ସୃଷ୍ଟି ହୋଇଥିଲା l କର୍ତ୍ତାଭାବେ ପିତାମ୍ବର ମହାନ୍ତି ଅଂଶଗ୍ରହଣ କରିଥିଲେ ଓ ଆଜିଠାରୁ ଗ୍ରାମର ଯୁବକଳାକାରଙ୍କ ଦ୍ୱାରା ବୀଣାପାଣି କଳାପରିଷଦ ପକ୍ଷରୁ ଯାତ୍ରା ଅନୁଷ୍ଠିତ ହେବ।
ଚୋରଦା ଗ୍ରାମ କମିଟି ର ତତ୍ତ୍ଵI ବଧାନ ରେ ସଭାପତି ବିଦ୍ୟାଧର ମହାନ୍ତି, ସମ୍ପାଦକ ରବିନାରାୟଣ ପୁହାଣ ଓ ଗଦାଧର ମହାନ୍ତି ଗଣନାଥ ରାଉତ, ସୁବାସ ଚନ୍ଦ୍ର ବଳ,ଅନିରୁଦ୍ଧ ମହାନ୍ତି ଶରତ ଚନ୍ଦ୍ର ମହାନ୍ତି ସିଦ୍ଧାର୍ଥ ସାମଲ ମନୀନ୍ଦ୍ର କୁମାର ସାହୁ ଶିଶିର କୁମାର ରାଉତ। ପବିତ୍ର ରଞ୍ଜନ ମହାନ୍ତି ପଦ୍ୟୁମ୍ନ କୁମାର ବୋଇତାଇ ଅଜୟ କୁମାର ରାଉତ ବିଜୟ କୁମାର ମହାନ୍ତି, ହୃଦାନନ୍ଦ ସାମଲ ରଘୁନାଥ ରାଉତ ପ୍ରମୁଖ ସାଂକୃତିକ ଓ ଧାର୍ମିକ ପରମ୍ପରା କୁ ବଜାଇ ରଖିବାକୁ ବ୍ୟାପକ ପ୍ରୟାସ ଜାରୀ ରଖିଛନ୍ତି।ଲୁପ୍ତ ହୋଇ ଯାଉ ଥିବା ଡ୍ରାମା ବିଭିନ୍ନ କଳା ସଂକୃତି କୁ ଯୁବ ପିଢ଼ି ମାନଙ୍କୁ ଆକୃଷ୍ଟ କରିବା ପାଇଁ ଚୋରଦା ଯୁବ ପିଡି ଓ ଗ୍ରାମ କମିଟି ଯେଉଁ ପ୍ରୟାସ ଜାରି ରଖିଛି ତାହା ଆଜିକାର ଯୁବ ପିଢ଼ି ଉପରେ ପ୍ରଭାଭ ପକାଇବା ବୋଲି ସମାଜ ସେବି ଗଦା ଧର ମହାନ୍ତି ସୂଚନା ଦେଇଛନ୍ତି l










