25.1 C
Bhubaneswar
Tuesday, March 24, 2026
Homeଓଡିଶାଚୋରଦା ଗ୍ରାମକମିଟି ପକ୍ଷରୁ ସ୍ବର୍ଗତ ବ୍ରଜକିଶୋର ରାଉତ ଓ ଲଷ୍ମୀପ୍ରିୟା ବଳଙ୍କ ପାଇଁ ସ୍ମୃତିଚରଣ ସଭା

ଚୋରଦା ଗ୍ରାମକମିଟି ପକ୍ଷରୁ ସ୍ବର୍ଗତ ବ୍ରଜକିଶୋର ରାଉତ ଓ ଲଷ୍ମୀପ୍ରିୟା ବଳଙ୍କ ପାଇଁ ସ୍ମୃତିଚରଣ ସଭା

ଯାଜପୁର: ଯାଜପୁର ଜିଲ୍ଲାର ବ୍ୟlସନଗର ପୌର ପରିଷଦର ବହୁ ପୁରାତନ ଚୋରଦା ଗ୍ରାମ କମିଟି ପକ୍ଷରୁ ଗ୍ରାମ ପାଠାଗାର ଠାରେ କମିଟି ର ସଭାପତି ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷତାରେ ଏକ ସ୍ମୃତିଚରଣ ସଭା ଆୟୋଜନ କରାଯାଇଥିଲା। ଗ୍ରାମ କମିଟି ର ପୁର୍ବତନ ସମ୍ପାଦକ, କାଉନସିଲ ବିଶିଷ୍ଟ ବ୍ୟବସାୟୀ, ତଥା ସାମ୍ବାଦିକ ସ୍ବର୍ଗତ ବ୍ରଜକିଶୋର ରାଉତ ଓ ଗାଁ ରେ ଜଣେ ଧର୍ମପରାୟଣ ମହିୟସୀ ମହିଳା ଲଷ୍ମୀପ୍ରିୟା ବଳ ଙ୍କ ଉଦ୍ଧ୍ୟଷରେ ପ୍ରଥମେ ଶୋକପ୍ରସ୍ତାବ ଆଗତ କରାଯାଇଥିଲା। ଏହି ସଭାରେ ପ୍ରଥମେ ଗ୍ରାମ କମିଟି ର ସାଧାରଣ ସମ୍ପାଦକ ରବିନାରାୟଣ ପୁହାଣ ଏହି ୨ ଜଣକ ବିଶିଷ୍ଟ ଵୀକ୍ତି ଙ୍କ ବିଷୟରେ ସୂଚନା ଦେବା ସହିତ ଗ୍ରାମ କମିଟି ଗଠନ ଓ ସ୍ବର୍ଗତ ରାଉତ କାଉନସିଲର ଥିବା ବେଳେ ଗ୍ରାମ ର ଉର୍ନତି କରିବା ସହିତ ଶିକ୍ଷା ଉପରେ ଗୁରୁତ୍ୱ ଆରୋପ ଦେଇଥିଲେ ତତ ସହିତ ଗ୍ରାମର ଜଣେ ଧର୍ମପରାୟଣ ମହିଳା ଲଷ୍ମୀପ୍ରିୟା ବଳ ଙ୍କ ଯିବନି ଉପରେ ଆଲୋଚନା କରିଥିଲେ। ଏହି ସ୍ମୃତିଚାରଣ ସଭା ରେ ଅନ୍ୟ ମାନଙ୍କ ମଧ୍ୟରେ ପୋୖରାଅଧକ୍ଷ ସୁବାଷ ଚନ୍ଦ୍ର ବଳ, ପୁର୍ବତନ ଉପନଗରପାଳ ହୃଦାନନ୍ଦ ସାମଲ, ଗଦାଧର ମହାନ୍ତି, ଶିଶିର କୁମାର ରାଉତ, ଗଣନାଥ ରାଉତ, ଶିକ୍ଷାବିତ୍ ପ୍ରହଲ୍ଲାଦ ରାଉତ, ସନ୍ତୋଷ କୁମାର ମହାନ୍ତି ସାମ୍ବାଦିକ ପବିତ୍ର ରଞ୍ଜନ ମହାନ୍ତି, ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ଚନ୍ଦ୍ରମଣି ସାମଲ, ଶରତ ଚନ୍ଦ୍ର ମହାନ୍ତି, ଲୋକନାଥ ବେହୁରା, ଅନିରୁଦ୍ଧ ମହାନ୍ତି, ଅଜୟ କୁମାର ବଳ ଗୋବିନ୍ଦ ଚନ୍ଦ୍ର ସାହୁ, ମାଧବାନନ୍ଦ ବେହୁରା କେଶବ ଚନ୍ଦ୍ର ସାହୁ ପ୍ରମୁଖ ଏହି ମହାନ ଵୀକ୍ତି ଙ୍କର ଗାଁ ପ୍ରତି ଦେଇଥିବା ତ୍ୟାଗ କୁ ଭୂୟସୀ ପ୍ରଶଂସା କରିଥିଲେ ଶେଷରେ ଯୁବନେତା ପ୍ରଶାନ୍ତ କୁମାର ବୋଇତାଇ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking