13.1 C
Bhubaneswar
Sunday, January 18, 2026
Homeଦେଶ ବିଦେଶଜାନୁଆରୀ ୨ ଯାଏଁ ଜେଲରେ ରହିବେ ଚିନ୍ମୟ  

ଜାନୁଆରୀ ୨ ଯାଏଁ ଜେଲରେ ରହିବେ ଚିନ୍ମୟ  

ନୂଆଦିଲ୍ଲୀ : ଜାନୁଆରୀ ୨ ପର‌୍ୟ୍ୟନ୍ତ ଜେଲରେ ରହିବେ ବାଂଲାଦେଶ ଇସ୍କନ ମୁଖ୍ୟ ଚିନ୍ମୟ କ୍ରିଷ୍ଣା ଦାସ । ସୂଚନା ଅନୁସାରେ, ବାଂଲାଦେଶ ସରକାର ଚିନ୍ମୟ ଦାସଙ୍କ ଜାମିନ ଆବେଦନ ଉପରେ ଶୁଣାଣୀ ପାଇଁ ଅଧିକ ସମୟ ମାଗିବା ପରେ କୋର୍ଟ ଆଗାମୀ ଶୁଣାଣୀ ୨ ତାରିଖରେ କରିବେ । ବାଂଲାଦେଶର ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗତ ସପ୍ତାହରେ ଗିରଫ କରାଯାଇଥିଲା । ଏବେ ତାଙ୍କ ପକ୍ଷରୁ ଲଢୁଥିବା ଓକିଲଙ୍କୁ ଆକ୍ରମଣ କରାଯାଇଛି ବୋଲି ଅଭିଯୋଗ ହୋଇଛି । ସେ ତାଙ୍କ ଘରେ ଥିବା ବେ‌ଳେ ଇସଲାମବାଦୀମାନେ ଅତି ନିର୍ମମ ଭାବରେ ଆକ୍ରମଣ କରିଥିଲେ ଏବଂ ବର୍ତ୍ତମାନ ସେ ନିଜ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି। ଚଟ୍ଟଗ୍ରାମ ମେଟ୍ରୋପଲିଟାନ ପୋଲିସର ଅତିରିକ୍ତ ଡେପୁଟି କମିଶନର ମୋଫିଜ ୟୁର ରେହମାନ ଜାମିନ ଶୁଣାଣି ବିଷୟରେ ସୂଚନା ଦେଇଛନ୍ତି । ଚିନ୍ମୟ ଦାସଙ୍କ ଜାମିନ ଆବେଦନ ଉପରେ ମଙ୍ଗଳବାର କୋର୍ଟ ଶୁଣାଣି କରିବେ ବୋଲି ମୋଫିଜ୍ ସୂଚନା ଦେଇଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking