18.1 C
Bhubaneswar
Friday, February 13, 2026
Homeଓଡିଶାଚିନ୍ମୟ ଫାଉଣ୍ଡେସନର ଆନ୍ତର୍ଜାତିକ ପଞ୍ଚକ ମୁରୁଜ ପ୍ରତିଯୋଗିତା 

ଚିନ୍ମୟ ଫାଉଣ୍ଡେସନର ଆନ୍ତର୍ଜାତିକ ପଞ୍ଚକ ମୁରୁଜ ପ୍ରତିଯୋଗିତା 

ଯାଜପୁର: ଗ୍ରାମାଞ୍ଚଳର ଲୋକ କଳା ଓ ଲୋକ ସଂସ୍କୃତିକୁ ସମଗ୍ର ବିଶ୍ଵରେ ପରିଚିତ କରିବା ତଥା ସାଂସ୍କୃତିକ ସମ୍ପର୍କ ଯୋଡିବା ଉଦ୍ଦେଶ୍ୟରେ ଆଜକୁ ଦୀର୍ଘ ଦିନ ଧରି କାମ କରିଆସୁଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ। ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନ ଦ୍ବାରା ପରିଚାଳିତ କାର୍ଯ୍ୟକ୍ରମ “ଆନ୍ତର୍ଜାତିକ ଗ୍ରାମୀଣ ପ୍ରତିଭା ଅନ୍ଵେଷଣ ଅଭିଯାନ” ପକ୍ଷରୁ ଆୟୋଜିତ ଆନ୍ତର୍ଜାତିକ ପଞ୍ଚକ ମୁରୁଜ ପ୍ରତିଯୋଗିତାର ପ୍ରଥମ ଦିନରେ ୧୭୫୬ ଜଣ ପ୍ରତିଯୋଗୀ, ଦ୍ଵିତୀୟ ଦିନରେ ୩୭୯୫ ଜଣ ପ୍ରତିଯୋଗୀ, ତୃତୀୟ ଦିନରେ ୫୯୫୬ ଜଣ ପ୍ରତିଯୋଗୀ , ଚତୁର୍ଥ ଦିନରେ ୭୨୭୨ ଜଣ ପ୍ରତିଯୋଗୀ ଓ ଅନ୍ତିମ ଦିବସରେ ୯୭୫୬ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବାର ଦେଖିବାକୁ ମିଳିଛି।ଏଠାରେ ଉଲ୍ଲେଖଯୋଗ୍ୟ ଏହିକି ଚଳିତ ବର୍ଷର ପୂର୍ବରୁ ହୋଇଥିବା ପାଞ୍ଚ ସନ୍ଧ୍ୟା ଫୁଲଘର ପ୍ରତିଯୋଗିତାରେ ୩୭୨୪ ଜଣ ପ୍ରତିଯୋଗୀ,ଏକ ଦିବସୀୟ ରଙ୍ଗୋଲି ପ୍ରତିଯୋଗିତାରେ ୧୩୭୨ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଆଗାମୀ ଦିନରେ ହେବାକୁ ଥିବା ଆନ୍ତର୍ଜାତିକ ଅନଲାଇନ୍ ସଙ୍ଗୀତ ପ୍ରତିଯୋଗିତା, ଗୁରୁବାର ସେର ଝୋଟି ପ୍ରତିଯୋଗିତା ,ଚିତ୍ର ପ୍ରତିଯୋଗିତା ଓ ମେହେନ୍ଦି ପ୍ରତିଯୋଗିତାରେ ଯେଉଁ ପ୍ରତିଯୋଗୀ ମାନେ ଭାଗ ନେବାପାଇଁ ଚାହୁଁଛନ୍ତି ସେମାନେ ସେମାନଙ୍କ ପ୍ରତିଭାକୃତିର ଫୋଟୋ ଓ ଭିଡ଼ିଓ ଅନୁଷ୍ଠାନର ହ୍ୱାତ୍ସପ୍ ସଂଖ୍ୟା ୮୩୨୮୮୭୬୦୩୮ରେ ପଠାଇ ପାରିବେ। ତେବେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ପ୍ରତିଯୋଗୀ ମାନଙ୍କ ସଂଖ୍ୟା ମାତ୍ରାଧିକ ବଢିବାରେ ଲାଗିଛି ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking