27.5 C
Bhubaneswar
Saturday, April 11, 2026
Homeଦେଶ ବିଦେଶଚାକିରି ପୂର୍ବରୁ ଗର୍ଭଧାରଣ ପରୀକ୍ଷା ପାଇଁ ନିର୍ଦ୍ଦେଶ

ଚାକିରି ପୂର୍ବରୁ ଗର୍ଭଧାରଣ ପରୀକ୍ଷା ପାଇଁ ନିର୍ଦ୍ଦେଶ

ବେଜିଂ: ଚୀନ୍‌ରେ ମହିଳାଙ୍କ ପ୍ରତି ଭେଦଭାବ ହେଉଥିବା ମାମଲା ଏବେ ସାମ୍ନାକୁ ଆସିଛି। ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ତେବେ ଚୀନ୍‌ରେ ଚାକିରି ପୂର୍ବରୁ ଗର୍ଭଧାରଣ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିବା ୧୬ଟି କମ୍ପାନି ବିରୁଦ୍ଧରେ ପୋଲିସ ପକ୍ଷରୁ ମାମଲା ରୁଜୁ ହୋଇଛି। ଆଇନ ବିଭାଗ ରିପୋର୍ଟ ଅନୁଯାୟୀ , ଏହି କମ୍ପାନିଗୁଡିକ ମହିଳାମାନଙ୍କୁ ନିଯୁକ୍ତି ଦେବା ପୂର୍ବରୁ ଗର୍ଭଧାରଣ ପରୀକ୍ଷା କରିବା ଆବଶ୍ୟକ ବୋଲି କହିଥାନ୍ତି । ଜିଆଙ୍ଗସୁ ପ୍ରଦେଶର ନାନଟୋଙ୍ଗର ଟୋଙ୍ଗଜୋ ଜିଲ୍ଲା ଆଇନଜୀବୀ ଚଳିତ ବର୍ଷ ଆରମ୍ଭରେ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ବୋଲି ଆଇନ ବିଭାଗ ରିପୋର୍ଟରେ ଉଲ୍ଲେଖ ରହିଛି । ଅନୁସନ୍ଧାନ ଶେଷ ହେବା ପରେ ଓକିଲମାନେ ସ୍ଥାନୀୟ ମାନବ ସମ୍ବଳ ଏବଂ ସାମାଜିକ ସୁରକ୍ଷା ବ୍ୟୁରୋ ସହିତ ଯୋଗାଯୋଗ କରିଥିଲେ ଯାହା କମ୍ପାନୀ ଏବଂ ଡାକ୍ତରଖାନାଗୁଡ଼ିକୁ ସେମାନଙ୍କ ଆଚରଣ ବିଷୟରେ ଚେତାବନୀ ଦେଇଥିଲା। ହେଲେ ସମ୍ପୃକ୍ତ କମ୍ପାନୀଗୁଡ଼ିକ ବିରୁଦ୍ଧରେ କୌଣସି ଜୋରିମାନା ଲାଗୁ ହୋଇଛି କି ନାହିଁ ଜଣାପଡ଼ିନାହିଁ। କିନ୍ତୁ ଯଦି କମ୍ପାନୀଗୁଡିକ ସେମାନଙ୍କ ଆଚରଣରେ ଉନ୍ନତି ଆଣିବାକୁ ମନା କରନ୍ତି, ତେବେ ଲିଙ୍ଗଗତ ଭେଦଭାବ ପାଇଁ ସେମାନଙ୍କୁ ୫୦,୦୦୦ୟୁଆନ୍ (ଭାରତୀୟ ମୁଦ୍ରାରେ ପ୍ରାୟ ୬ ଲକ୍ଷ ଟଙ୍କା) ପର୍ୟ୍ୟନ୍ତ ଜୋରିମାନା କରାଯାଇପାରେ ବୋଲି ସୂଚନା ମିଳିଛି । ସେହିପରି ଅନୁସନ୍ଧାନରେ ଦୁଇଟି ଡାକ୍ତରଖାନା ଏବଂ ଏକ ଶାରୀରିକ ପରୀକ୍ଷା କେନ୍ଦ୍ର ଉପରେ ମଧ୍ୟ ଚଢ଼ାଉ କରା ଯାଇଥିଲା। ଯେଉଁଥିରେ ଜଣାପଡିଛି ଯେ ୧୬ ଟି କମ୍ପାନି ପକ୍ଷରୁ ଚାକିରି ଆବେଦନକାରୀଙ୍କ ଉପରେ ୧୬୮ ଗର୍ଭଧାରଣ ପରୀକ୍ଷା କରାଯାଇଥିଲା। ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା ମହିଳାମାନଙ୍କ ପରୀକ୍ଷା କରାଯିବ ବୋଲି ଲିଖିତ ଚେତାବନୀ ଦିଆଯାଇ ନଥିଲା। ବରଂ ଜାଣିଶୁଣି ଅସ୍ପଷ୍ଟ ମୌଖିକ ଚେତାବନୀ ଦିଆଯାଇଥିଲା।ତେବେ ଆଇନଜୀବୀମାନେ କହିଛନ୍ତି ଯେ ଉକ୍ତ କମ୍ପାନୀଗୁଡିକର ନିଯୁକ୍ତି ଏବଂ କର୍ମଚାରୀଙ୍କ ବୀମା ରେକର୍ଡରୁ ଜଣାପଡିଛି ମହିଳାମାନେ ଗର୍ଭବତୀ ଅଛନ୍ତି କି ନାହିଁ ତାହା ପରୀକ୍ଷା କରାଯାଇଛି। ଗର୍ଭବତୀ ଥିବା ମହିଳାମାନେ ନିଯୁକ୍ତି ପାଇ ନାହାନ୍ତି। କମ୍ପାନୀକୁ ଏହି ଆଚରଣ ବିଷୟରେ ଚେତାବନୀ ଦିଆଯିବା ପରେ ଶେଷରେ ମହିଳାମାନଙ୍କୁ ନିଯୁକ୍ତି ଦିଆଯାଇଥିଲା ଏବଂ କ୍ଷତିପୂରଣ ଦିଆଯାଇଥିଲା।ଆଇନଜୀବୀମାନେ କହିଛନ୍ତି ଆମେ ଏହି ପ୍ରମାଣରୁ ଅନୁମାନ କରିପାରିବା ଯେ ଏହି କମ୍ପାନିଗୁଡିକ ଗର୍ଭଧାରଣ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସମାନ ନିଯୁକ୍ତି ସୁଯୋଗ ପାଇବା ପାଇଁ ମହିଳାଙ୍କ ଅଧିକାରକୁ ଉଲ୍ଲଂଘନ କରିଛନ୍ତି। ଦେଶର ନିୟମ ସ୍ପଷ୍ଟ ଭାବରେ ସଂସ୍ଥାଗୁଡ଼ିକୁ ଗର୍ଭଧାରଣ ପରୀକ୍ଷଣକୁ ନିଯୁକ୍ତିର ଏକ ଅଂଶ ଭାବରେ ବାରଣ କରିଛି, କିନ୍ତୁ ଅନେକ ନିଯୁକ୍ତିଦାତା ମାତୃତ୍ୱ ସୁବିଧା ପାଇଁ ଚିନ୍ତା କରୁଛନ୍ତି। ଚାଇନାରେ ନୂତନ ମା’ମାନେ ଛଅ ମାସ ପର୍ୟ୍ୟନ୍ତ ମାତୃତ୍ୱ ଛୁଟି ପାଇବାକୁ ହକଦାର। ଅନ୍ୟ ପ୍ରକାରର ଭେଦଭାବ, ଯେପରିକି ପୁରୁଷ ନିଯୁକ୍ତି ପାଇଁ ପସନ୍ଦ ପ୍ରକାଶ କରିବା କିମ୍ବା ମହିଳାମାନଙ୍କୁ ସେମାନଙ୍କର ବୈବାହିକ ସ୍ଥିତି ବିଷୟରେ ପଚାରିବା ମଧ୍ୟ ବେଆଇନ୍ ହୋଇଥାଏ କିନ୍ତୁ ଏଠାରେ ଏହି କମ୍ପାନି ଗୁଡିକ ମହିଳାମାନଙ୍କୁ ମାତୃତ୍ୱ ଛୁଟିରେ ଥିବାବେଳେ ସମ୍ପୂର୍ଣ୍ଣ ଦରମା ନ ଦେଉଥିବା କୁହାଯାଉଛି। କର୍ମକ୍ଷେତ୍ରରେ ଲିଙ୍ଗଗତ ଭେଦଭାବ ପାଇଁ ଇନ୍ସପେକ୍ଟର ଟିମ୍ ଦ୍ୱାରା ଗତ ବର୍ଷ କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ, କର୍ମକ୍ଷେତ୍ରରେ ଲିଙ୍ଗଗତ ସମାନତାକୁ ସୁଦୃଢ଼ କରିବାକୁ ଚେଷ୍ଟା କରାଯାଉଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking