28.1 C
Bhubaneswar
Thursday, May 22, 2025
Homeଦେଶ ବିଦେଶଭାରତ-ପାକ୍ ଯୁଦ୍ଧକୁ ନେଇ ଚୀନର ବୟାନ: ପାକ ସହ ନାହିଁ ଚୀନ

ଭାରତ-ପାକ୍ ଯୁଦ୍ଧକୁ ନେଇ ଚୀନର ବୟାନ: ପାକ ସହ ନାହିଁ ଚୀନ

ନୂଆଦିଲ୍ଲୀ: ଭାରତ-ପାକ୍ ଯୁଦ୍ଧକୁ ନେଇ ଚୀନର ବୟାନ । ପାକିସ୍ତାନକୁ ସମର୍ଥନ କରୁନଥିବା କହିଲା ବେଜିଂ । ଆତଙ୍କବାଦକୁ ବିରୋଧ କରୁଛୁ ବୋଲି କହିଲା ଚୀନ୍ । କହିଲା, ଭାରତ-ପାକିସ୍ତାନ ଆମ ପଡ଼ୋଶୀ । ଉତ୍ତେଜନା ହ୍ରାସ ପାଇଁ ଉଭୟ ଦେଶକୁ ଅପିଲ୍ । ବର୍ତ୍ତମାନ ସ୍ଥିତିକୁ ନେଇ ଚିନ୍ତିତ ଥିବା କହିଲା ବେଜିଂ । ପହଲଗାମ ଆକ୍ରମଣ ପରେ ଭିତିରିଆ ପାକିସ୍ତାନକୁ ସମର୍ଥନ ଦେଉଥିବା ଚୀନ ଏବେ ପାକିସ୍ତାନଠାରୁ ମୁହଁ ଫେରାଇ ନେଇଛି । ଭାରତ ପହଲଗାମ ଆକ୍ରମଣର ଜବାବ ଦେଇ ଆରମ୍ଭ କରିଥିଲା ଅପରେସନ୍ ସିନ୍ଦୂର । ଆଉ ଏହା ପରଠୁ ବଦଳିଯାଇଥିଲା ଚୀନର ସ୍ୱର । ଆଉ ଏବେ ପାକିସ୍ତାନକୁ ସମର୍ଥନ କରୁନଥିବା ସିଧାସଳଖ ମନା କରିଦେଇଛି ବେଜିଂ ।

ଚୀନ୍ ପୂର୍ବରୁ ଅନେକ ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ ଦେଇଥାଏ । ଏମିତିକି ପାକିସ୍ତାନକୁ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଚାଇନା ସହଯୋଗ କରିଥାଏ । ହେଲେ ଭାରତ ପାକିସ୍ତାନ ଯୁଦ୍ଧରେ ଚାଇନା ପ୍ରଡକ୍ଟର ସତ ସାମ୍ନାକୁ ଆସିଛି । ଭାରତ ଗତକାଲି ଡ୍ରୋନ ଆଟାକ କରି ପାକିସ୍ତାନର ଏୟାର ଡିଫେନ୍ସଲ ସିଷ୍ଟମକୁ ଉଡାଇ ଦେଇଛି । ଯାହା ପାକିସ୍ତାନକୁ ଦେଇଥିଲା ଚାଇନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking