19.1 C
Bhubaneswar
Saturday, December 28, 2024
Homeଦେଶ ବିଦେଶଖୁବ୍‌ ଚର୍ଚ୍ଚାରେ ଚୀନର ନୂଆ ଗୁପ୍ତ ଫାଇଟର ବିମାନ

ଖୁବ୍‌ ଚର୍ଚ୍ଚାରେ ଚୀନର ନୂଆ ଗୁପ୍ତ ଫାଇଟର ବିମାନ

ଚୀନର ୬ଷ୍ଠ ପିଢିର ଗୁପ୍ତ ଲଢୁଆ ବିମାନ, ଯାହାକୁ ଜେ-୩୬ ନାମ ଦିଆ ଯାଇଛି। ଏହି ଗୁପ୍ତ ଲଢୁଆ ବିମାନ( ଜେ-୩୬) ଏହି ସପ୍ତାହରେ ଖୁବ୍‌ ଚର୍ଚ୍ଚାକୁ ଆସିଛି। ଏହାର ପ୍ରଥମ ଉଡ଼ାଣର ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସାରା ବିଶ୍ୱରେ ଏହାକୁ ନେଇ ଆଲୋଚନା ଚାଲିଛି। ସାଉଥ୍ ଚାଇନା ମର୍ନିଂ ପୋଷ୍ଟର ଏକ ରିପୋର୍ଟରେ କୁହାଯାଇଛି ଯେ, ବିମାନକୁ ସିଚୁଆନ ପ୍ରାନ୍ତର ଚେଙ୍ଗଦୁରେ ଦିବାଲୋକରେ ଉଡ଼ାଣ ଭରିବାର ଦେଖିବାକୁ ମିଳିଛି। ଏହାସହ ଚେଙ୍ଗଦୁ ଜେ-୨୦ଏସ୍‌ ଲଢୁଆ ବିମାନ ମଧ୍ୟ ଥିଲା , ଯାହା ଏହାକୁ ପିଛା କରୁଥିବା ବିମାନ ଭାବେ କାର୍ଯ୍ୟ କରୁଥିଲା। ଜେ-୩୬ର ଉନ୍ନତ ଫିଚର୍ସ ଓ ଟେଲଲେସ୍‌ ଡିଜାଇନ ରହିଛି। ଯାହା ଏୟାରରେ ସନ୍ତୁଳନକୁ ବଦଳାଇବାରେ ସକ୍ଷମ। ଚାଇନା ସରକାର ଓ ସେନା ଅଫିସିଆଲି ଭାବେ ଜେଟ୍‌ ଉପରେ କୌଣସି ଟିପ୍ପଣୀ କରି ନାହାନ୍ତି , କିନ୍ତୁ ଏହାର ପଦାର୍ପଣର ସମୟର ମେସେଜ୍‌ ଦେବାର ସଙ୍କେତ ଦେଇଛି। ଏହି ପରୀକ୍ଷଣ ଉଡ଼ାଣ ମାଓତ୍ସେ ତୁଙ୍ଗଙ୍କର ଜନ୍ମ ବାର୍ଷିକୀ ସହ ହୋଇଛି , ଏହି ଗୁପ୍ତ ଜେଟ୍‌ର ଅତ୍ୟାଧୁନିକ ଡିଜାଇନ , ଯେଉଁଥିରେ ଉନ୍ନତ ଲୁକାୟିତ ବିଶେଷତ୍ୱ , ଉଚ୍ଚ ଗତି ସଂପନ୍ନ ଓ ଏକ ପରମ୍ପରାଗତ ଟେଲଲେସ୍‌ ତ୍ରିକୋଣୀୟ ଆକାର ସାମିଲ ଅଛି, ବର୍ତ୍ତମାନ ଆମେରିକୀୟ ଏରିଆଲ ସୁପରିଓରିଟି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହାର କ୍ଷମତା ଆମେରିକା ଓ ସହଯୋଗୀ ଦେଶକୁ ବିପଦରେ ପକାଇ ପାରେ। ରାଷ୍ଟ୍ରପତି ଶି’ ଜିନପିଙ୍ଗଙ୍କ ନେତୃତ୍ୱରେ ଜେ-୩୬ର ବିକାଶ ନିଜ ସେନାର ଆଧୁନିକୀକରଣ ପାଇଁ ଚୀନର ବ୍ୟାପକ ପ୍ରୟାସ ଗୁଡ଼ିକର ଅନୁରୂପ। ଏଥିରେ ପେଣ୍ଟାଗନ ନିକଟରେ ଚୀନର ବାୟୁସେନା ଓ ନୌସେନା ବିମାନକୁ ଇଣ୍ଡୋ-ପେସିଫିକ୍‌ କ୍ଷେତ୍ରରେ ସବୁଠୁ ବଡ଼ ଆଭିଏସନ ଶକ୍ତି ଭାବେ ବର୍ଣ୍ଣନା କରାଯାଇଛି। ୱାର ଜୋନର ରିପୋର୍ଟ ଅନୁସାରେ , ଜେ-୩୬ର ଡିଜାଇନ ନିଜର ପୂର୍ବର ଜେ-୨୦ ଠାରୁ ଖୁବ୍‌ ଅଲଗା । ଟେଲଲେସ୍‌ ଡିଜାଇନ – ବିମାନରେ ତ୍ରିକୋଣୀୟ , ଟେଲଲେସ୍‌ (ବିନା ଲାଞ୍ଚ) ଆକାରର , ଯାହା ରାଡାର ସିଗ୍ନେଚରକୁ କମ କରି ଷ୍ଟେଲଥ୍‌କୁ ବଢାଇ ଥାଏ। ୩ଟି ଇଞ୍ଜିନ ଯୁକ୍ତ – କୁହାଯାଉଛି ଯେ ତିନୋଟି ଡବ୍ଲୁଏସ -୧୦ ସି ଟର୍ବୋଫିନ ଦ୍ୱାରା ସଞ୍ଚାଳିତ ଜେ-୩୬ର ଅଣପାରମ୍ପରିକ ଇଞ୍ଜନ ବ୍ୟବସ୍ଥା , ଅଧିକ ଉଚ୍ଚରେ ଉଚ୍ଚ ଗତିରେ ଓ ସଞ୍ଚାଳନକୁ ଜାରି ରଖିବା ପାଇଁ ସ୍ୱତନ୍ତ୍ର ଡିଜାଇନ କରାଯାଇଛି। ଉନ୍ନତ ପେଲୋଡ ଓ ରେଞ୍ଜ –ଏହା ଲମ୍ୱା ଦୂରଗାମୀ ମିଶନ ପାଇଁ ଉପଯୁକ୍ତ । ଏଥିରେ ସାଇଡ-ଲୁକିଂ ଏୟାରବୋର୍ନ ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ ସେନ୍ସର ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking