26.1 C
Bhubaneswar
Wednesday, March 18, 2026
Homeଦେଶ ବିଦେଶଜାପାନ୍‌କୁ ପରମାଣୁ ଆକ୍ରମଣ ଧମକ ଦେଲା ଚୀନ୍‌

ଜାପାନ୍‌କୁ ପରମାଣୁ ଆକ୍ରମଣ ଧମକ ଦେଲା ଚୀନ୍‌

ଟୋକିଓ: ତାଇୱାନ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଚୀନ୍ ଜାପାନକୁ ଏକ ବଡ଼ ଧମକ ଦେଇଛି। ବ୍ଲୁମ୍‌ବର୍ଗ ରିପୋର୍ଟ ଅନୁଯାୟୀ ଚୀନ୍‌ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଜାପାନ ଉପରେ ପରମାଣୁ ବୋମା ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ଆମେରିକୀୟ ଶୁଳ୍କ ବିଷୟରେ କଥାବାର୍ତ୍ତା କରିବା ସମୟରେ ଜାପାନକୁ ଟାର୍ଗେଟ୍ କରିବା ପୂର୍ବକ ୱାଙ୍ଗ ୟି କହିଛନ୍ତି ଯେ, “ଜାପାନ ହିରୋସିମା ଏବଂ ନାଗାସାକିର ଇତିହାସକୁ ଭୁଲିଯିବା ଉଚିତ୍ ନୁହେଁ। ଆମେ ଏହାଠାରୁ ଆହୁରି ଅଧିକ ଯନ୍ତ୍ରଣା ଦେଇପାରିବୁ। ଜାପାନ ହିରୋସିମା ଉପରେ ପରମାଣୁ ଆକ୍ରମଣର ୮୦ ବର୍ଷ ପୂରଣ କରିବାକୁ ଯାଉଛି। ଆମେ ସେମାନଙ୍କ ପ୍ରତି ସମବେଦନା ଜଣାଉଛୁ, କିନ୍ତୁ ଯଦି ଜାପାନ ତା’ର ପଥ ନ ସୁଧାରେ, ତେବେ ଆମେ ଆହୁରି ଯନ୍ତ୍ରଣା ଦେଇପାରିବୁ।”
ୱାଙ୍ଗ ୟି’ଙ୍କ କହିବାନୁସାରେ “ତାଇୱାନ ଚୀନ୍‌ର ଏକ ଅଂଶ।

ତାଇୱାନର ଲୋକମାନେ ଟୋକିଓ ନିର୍ଦ୍ଦେଶରେ ଏବେ ବେଜିଂ ସହ ଶତ୍ରୁତା ମନୋଭାବ ପୋଷଣ କରୁଛନ୍ତି। ଜାପାନ ଜାଣିଶୁଣି ଚୀନ୍‌ରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଏପରି ପରିସ୍ଥିତିରେ ଚୀନ୍ ଚୁପ୍ ରହିବ ନାହିଁ। ତେବେ ୱାଙ୍ଗ ୟି ଏହି ଅବସରରେ କହିଛନ୍ତି ଯେ ଏସିଆ ମହାଦେଶର କୌଣସି ଦେଶ ମଧ୍ୟରେ କୌଣସି ପ୍ରତିଦ୍ୱନ୍ଦ୍ୱିତା ନାହିଁ। ଏଠାରେ ସବୁକିଛି ଠିକ୍ ଅଛି। ଚୀନର ପ୍ରୟାସ ହେଉଛି ସମଗ୍ର ବିଶ୍ୱରେ ସମ୍ପୂର୍ଣ୍ଣ ଶାନ୍ତି ଫେରାଇ ଆଣିବା। ଚୀନ୍ ସବୁବେଳେ ଶାନ୍ତିର ପକ୍ଷରେ ରହିଛି ଏବଂ ଭବିଷ୍ୟତ ପାଇଁ ମଧ୍ୟ ସେହିପରି ଚାହୁଁଛି। ଚୀନ ଚାହୁଁଛି ଯେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ୩ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧର ଅନ୍ତ ହେଉ ଏବଂ ଦୁଇ ଦେଶ ମଧ୍ୟରେ ଏକ ଶାନ୍ତି ଚୁକ୍ତି ହେଉ। ତଥାପି, ଏହି ସମୟ ମଧ୍ୟରେ ୱାଙ୍ଗ ୟି ୟୁକ୍ରେନକୁ ଶାନ୍ତି ସେନା ପଠାଇବା ସମ୍ପର୍କରେ କୌଣସି ବିବୃତ୍ତି ଦେଇନଥିଲେ। ଏହା ଉଲ୍ଲେଖନୀୟ ଯେ ଗତ କିଛି ମାସ ମଧ୍ୟରେ ଚୀନ୍ ଜାପାନକୁ ଭୟଭୀତ କରିବାକୁ ଚେଷ୍ଟା କରିଛି। ଚୀନ୍ ଜାପାନର ଅଞ୍ଚଳରେ ଲଢ଼ୁଆ ବିମାନ ଏବଂ ଯୁଦ୍ଧଜାହାଜ ପଠାଇଥିଲା, ଯାହା ପରେ ଜାପାନୀ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking