32.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଲଦାଖର ପୋଙ୍ଗାଙ୍ଗ ହ୍ରଦ ନିକଟରେ ନୂଆ ବସ୍ତି ବସାଉଛି ଚୀନ୍‌

ଲଦାଖର ପୋଙ୍ଗାଙ୍ଗ ହ୍ରଦ ନିକଟରେ ନୂଆ ବସ୍ତି ବସାଉଛି ଚୀନ୍‌

ନୂଆଦିଲ୍ଲୀ: ବିସ୍ତାରବାଦୀ ଚୀନ୍‌ ନିଜର ପ୍ରବୃତ୍ତି ଛାଡ଼ିପାରୁ ନାହିଁ । ଭାରତ-ଚୀନ୍‌ ସୀମା ନିକଟରେ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛି ଡ୍ରାଗନ୍‌ । ବାରମ୍ବାର ଦୁଇ ଦେଶ ମଧ୍ୟରେ କୂଟନୈତିକ ଆଲୋଚନା ହେଉଥିବା ବେଳେ ସୀମାରେ ଚୀନ୍‌ ନିଜର ନିର୍ମାଣ କାର୍ଯ୍ୟ ଜାରି ରଖିଛି । ଏନେଇ ସ୍ୟାଟେଲାଇଟ୍‌ ଚିତ୍ରରୁ ସ୍ପଷ୍ଟ ହୋଇଛି । ଏଲଏସି ନିକଟରେ ପାଙ୍ଗୋଙ୍ଗ ସୋ ହ୍ରଦର ଉତ୍ତର ଉପକୂଳରେ ଚାଇନା ତା’ର ଶକ୍ତି ବୃଦ୍ଧି କରିବାରେ ଲାଗିଛି। ପାଙ୍ଗୋଙ୍ଗ ହ୍ରଦ ନିକଟରେ ଚାଇନା ବିଭିନ୍ନ ପ୍ରକାରର ନିର୍ମାଣ କାମ ଜାରି ରଖିଥିବା ସ୍ୟାଟେଲାଇଟ ଇମେଜରୁ ସ୍ପଷ୍ଟ ହୋଇଛି । ୨୦୨୦ରେ ଭାରତ ଓ ଚୀନ ସେନା ମଧ୍ୟରେ ଯେଉଁ ସ୍ଥାନରେ ହିଂସ୍ରକ ଲଢ଼େଇ ହୋଇଥିଲା, ସେଠାରୁ ୩୮ କିଲୋମିଟର ଦୂରରେ ଚୀନ ଜନବସତି ପାଇଁ ଘରଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ନିର୍ମାଣ କାମ ଚଳାଇଛି । ପାଙ୍ଗୋଙ୍ଗ ସୋ ବିଶ୍ୱର ସବୁଠାରୁ ବଡ଼ ଲୁଣିଆ ହ୍ରଦ । ଏହା ଭାରତ ଓ ଚାଇନାର ବିବାଦୀୟ ସୀମା । ଅକ୍ଟୋବର ୯ରେ ଆମେରିକାର ମାକ୍ସର ଟେକ୍ନୋଲୋଜି ପକ୍ଷରୁ ସ୍ୟାଟେଲାଇଟ ଦ୍ୱାରା ସୀମାନ୍ତ ଅଞ୍ଚଳର ଫଟୋ ଉଠାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ୧୭ ହେକ୍ଟରରୁ ଅଧିକ ଜମିରେ ଦ୍ରୁତ ଗତିରେ ନିର୍ମାଣ କାମ ଚଳାଇଛି ଚୀନ୍‌ ।

ୟେମାଗୌ ରୋଡଠାରୁ ୪,୩୪୭ ମିଟର ଉପରେ ଏହି ଅଞ୍ଚଳ ରହିଛି । ନିର୍ମାଣ କାମ ଓ ଆର୍ଥ ମୁଭିଂ ମେସିନାରୀ ପାଇଁ ପୂରା ଅଞ୍ଚଳ ଚଳଚଞ୍ଚଳ ରହିଛି । ବିଶେଷଜ୍ଞମାନଙ୍କଅନୁସାରେ, ଆବାସିକ ଅଞ୍ଚଳ ଓ ବିଶାଳ ପ୍ରଶାସନିକ ପ୍ରତିଷ୍ଠାନ ସହ ଚାଇନା ସେଠାରେ ୧୦୦ରୁ ଅଧିକ ବିଲଡିଂ ନିର୍ମାଣ କରୁଛି । ସେହପରି କିଛି ବଡ଼ବଡ଼ ସ୍ଥାନକୁ ଖାଲି ରଖାଯାଇଛି । ଏଥିରୁ ଜଣାପଡ଼ିଛି ଯେ, ସେମାନେ ଭବିଷ୍ୟତରେ ଖାଲି ଥିବା ସ୍ଥାନରୁ ପାର୍କିଂ କିମ୍ବା କ୍ରୀଡ଼ା ଭିତ୍ତିଭୂମି ପାଇଁ ବ୍ୟବହାର କରିପାରନ୍ତି । ଦକ୍ଷିଣପୂର୍ବ କୋଣରେ ଗୋଟିଏ ୧୫୦ ମିଟର ଲମ୍ବା ରେକ୍ଟାଙ୍ଗୁଲାର ଷ୍ଟ୍ରିପ ରହିଛି । ଏହାର ଅର୍ଥ ସେମାନେ ଏଠାରେ ହେଲିକପ୍ଟର ଅପରେସନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି । ୨୦୨୪ ଏପ୍ରିଲରୁ ଏଠାରେ ନିର୍ମାଣ କାମ ଆରମ୍ଭ କରାଯାଇଛି । ନିର୍ମାଣ କାମ ଦୁଇଟି ଭାଗରେ ରହିଛି । ସମ୍ଭବତଃ ଗୋଟିଏ ସ୍ଥାନ ପ୍ରଶାସନିକ ଓ ଅନ୍ୟ ସ୍ଥାନଟି ଅପରେସନାଲ ଜୋନ ଭାବେ ରହିଛି । ପୂରା ଅଞ୍ଚଳରେ ଏକାଧିକ ଏକ ଓ ଦୁଇ ମହଲା ବିଶିଷ୍ଟ ଘର କରାଯାଉଛି । ତେବେ ଉଚ୍ଚ ପାହଡ଼ ପଛରେ ଜନବସତି ନିର୍ମାଣ କରି ରଣନୈତିକ ସୁବିଧାକୁ ଆହୁରି ସଶକ୍ତ କରିଛି ଚୀନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking