25.1 C
Bhubaneswar
Wednesday, January 8, 2025
Homeଦେଶ ବିଦେଶମାଉଣ୍ଟ ଏଭରେଷ୍ଟର ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ କଲା ଚୀନ

ମାଉଣ୍ଟ ଏଭରେଷ୍ଟର ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ କଲା ଚୀନ

ନୂଆଦିଲ୍ଲୀ: ତିବ୍ଦତର ଡିଙ୍ଗରି କାଉଣ୍ଟିରେ ଭୟଙ୍କର ଭୂମିକମ୍ପ ପରେ ଚୀନ ମଙ୍ଗଳବାର ମାଉଣ୍ଟ ଏଭରେଷ୍ଟର କିଛି ଅଂଶକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦେଇଛି । ଏହି ଅଞ୍ଚଳ ମାଉଣ୍ଟ କ୍ୟୁମୋଲଙ୍ଗମା ନାମରେ ମଧ୍ୟ ଜଣାଯାଏ । ଡିଙ୍ଗରି ବିଶ୍ୱର ସର୍ବୋଚ୍ଚ ଶିଖରର ବେସ୍ କ୍ୟାମ୍ପ୍ । ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ଚୀନ ସମୟ ଅନୁସାରେ ସକାଳ ୯ଟା ୫ରେ ଭୂମିକମ୍ପ ଝଟକା ଅନୁଭବ କରାଯାଇଥିଲା । ଆଜି ସକାଳୁ ନେପାଳ ଓ ତିବ୍ଦତ ସୀମାରେ ଭୟଙ୍କର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଲଗାତର ୬ଟି ଭୂମିକମ୍ପ ଆସିଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା ନେପାଳର ଲୋବୁଚେ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଆଞ୍ଚଳିକ ବିପର୍ଯ୍ୟୟ ପ୍ରଶମନ ମୁଖ୍ୟାଳୟ ଅନୁଯାୟୀ, ଭୂମିକମ୍ପରେ ୯୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩୦ ଜଣ ଆହତ ହୋଇଛନ୍ତି । ମାଉଣ୍ଟ ଏଭରେଷ୍ଟର ଏହି ପର୍ଯ୍ୟଟନସ୍ଥଳୀରେ ହୋଟେଲ ବିଲ୍ଡିଂ ଏବଂ ଆଖପାଖର ଅଞ୍ଚଳ ରହିଛି । ଭୂମିକମ୍ପ ନେଟୱାର୍କ କେନ୍ଦ୍ର ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ, ଭୂମିକମ୍ପ ୧୦ କିଲୋମିଟର ଗଭୀରରେ ଆସିଥିଲା । ଚୀନ୍-ନେପାଳ ସୀମାରେ ରହିଛି ମାଉଣ୍ଟ ଏଭରେଷ୍ଟ । ଏହାର ଉତ୍ତର ଭାଗ ତିବ୍ଦତରେ ଅବସ୍ଥିତ । ଚୀନ୍ ଏହାକୁ ଜିଜାଙ୍ଗ କହିଥାଏ । ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ଯେ ଡିଙ୍ଗରିର ତାପମାତ୍ରା ମାଇନସ୍ ୧୮ ଡିଗ୍ରୀ ସେଲସିୟସରୁ ଶୂନ ପର୍ଯ୍ୟନ୍ତ ରହିଛି । କହି ରଖୁଛୁ, ମାଉଣ୍ଟ ଏଭରେଷ୍ଟର ଚୀନ୍ ପାର୍ଶ୍ୱକୁ ୨୦୨୪ରେ ୧୩,୭୬୪ ବିଦେଶୀ ପର୍ଯ୍ୟଟକ ଆସିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking