11.1 C
Bhubaneswar
Friday, January 16, 2026
Homeଦେଶ ବିଦେଶଚିଲିକା ଉତ୍ତରନାଶିରେ ବିଦେଶୀ ପକ୍ଷୀଙ୍କ କଳରାବ

ଚିଲିକା ଉତ୍ତରନାଶିରେ ବିଦେଶୀ ପକ୍ଷୀଙ୍କ କଳରାବ

କଣାସ: ଏସିଆ ମହାଦେଶର ସର୍ବବୃହତ ଲୁଣାହ୍ରଦ ଲିଳାମ୍ବୁ ଚିଲିକାରେ ପ୍ରତ୍ୟେକ ବର୍ଷ ଶୀତଋତୁ ଆଗାମନ ହେଲେ ୧୦ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀମାନେ ହଜାର ହଜାର କିମି ଅତିକ୍ରମ କରିଆସି ଶୀତଋତୁ ପର୍ଯ୍ୟନ୍ତ ଚିଲିକା ମଧ୍ୟରେ ସମୟ ବିତାଇଥାଆନ୍ତି। ଚିଲିକାରେ ପକ୍ଷୀ ଅଭୟାରଣ୍ୟ ଭାବେ ପରିଚିତ ନଳବଣରେ ଲକ୍ଷ ଲକ୍ଷ ପକ୍ଷୀ ରହୁଥିବା ବେଳେ ଖାଦ୍ୟ ଅନ୍ୟଷଣରେ ଚିଲିକାର ଉତ୍ତରନାଶି ଦୟା ଓ ମକରାନଦୀର ମିଶ୍ରଣସ୍ଥଳରେ ଦଳ, କଇଁଫୁଲ ପ୍ରଚୁରପରିମାଣର ଥିବାରୁ ଲକ୍ଷ ଲକ୍ଷ ପକ୍ଷୀ ପ୍ରତିବର୍ଷ ଖାଦ୍ୟ ଅନ୍ୟଷ୍ଲଣରେ ଉତ୍ତରନାଶିରେ ଘୁରିବୁଲନ୍ତି। ଚଳିତବର୍ଷ ଡେରି ହେଲେ ମଧ୍ୟ ଶହଶହ ପକ୍ଷୀ ବର୍ତ୍ତମାନ ଚିଲିକାର ଉତ୍ତରନାଶିରେ ବୁଲୁଥିବା ଦେଖିବାକୁ ମିଳୁଛି। ବାଲୁଗାଁ ବନ୍ୟପ୍ରାଣି ବିଭାଗ ପକ୍ଷରୁ ଚିଲିକାର ବିଦେଶୀ ପକ୍ଷୀମାନଙ୍କୁ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ବେଳେ ଉତରନାଶିରେ କୌଣସି ବ୍ୟବସ୍ଥା ନଥିବାରୁ ବାହାରର ଶୀକାରୀମାନେ ସଂଧ୍ୟାସମୟରେ ଆସି ଚିଲିକା କୂଳବତୀ ଗ୍ରାମମାନଙ୍କରେ ନିଜନିଜର ଯାନ ରଖି ଚିଲିକା କୂଳକୁ ଆସି ଫାସିଜାଲ, କଇଁଫୁଲ କେଶରରେ ନିଶାଦ୍ର‌୍ୟବ ସିରିନିଞ୍ଜି ମାଧ୍ୟମରେ ଦେବା, ଉଜ୍ଜ୍ୱଳ ଆଲୋକ ପକାଇ ପକ୍ଷୀମାନଙ୍କୁ ଆହତକରି ଧରି ନେଇ ପ୍ରଭାତରୁ ନିରବିଘ୍ନରେ ଫେରିଯାଉଛନ୍ତି। ଦୟା, ଭାର୍ଗବୀ, ଲୁଣାନଦୀର ମିଶ୍ରଣସ୍ଥଳ ବଡ଼ଗୋଠ ନିକଟରେ ଏକ ପକ୍ଷୀ ସୁରକ୍ଷା ପାଇଁ କୁଡ଼ିଆ ନିର୍ମାଣ କରାଯାଇଥିଲେ ମଧ୍ୟ ସେଠାରେ କେହି ରହୁନଥିବା ଦେଖିବାକୁ ମିଳିଛି। ପକ୍ଷୀମାନଙ୍କ ସୁରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଟି କରିବାପାଇଁ ପକ୍ଷୀ ପ୍ରେମୀମାନେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking