29.1 C
Bhubaneswar
Monday, February 9, 2026
Homeଅପରାଧଶିଶୁ ପ୍ରବଚକ ଅଭିନବ ଆରୋରାଙ୍କୁ ; ବିଷ୍ଣୋଇ ଗ୍ୟାଙ୍ଗ୍‌ର ହତ୍ୟା ଧମକ

ଶିଶୁ ପ୍ରବଚକ ଅଭିନବ ଆରୋରାଙ୍କୁ ; ବିଷ୍ଣୋଇ ଗ୍ୟାଙ୍ଗ୍‌ର ହତ୍ୟା ଧମକ

ନୂଆଦିଲ୍ଲୀ: କିଶୋର ସନ୍ଥ ତଥା ଆଧ୍ୟାତ୍ମିକ ବକ୍ତା ଭାବେ ଜଣାଶୁଣା ୧୦ବର୍ଷୀୟ ଅଭିନବ ଆରୋରାଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ପକ୍ଷରୁ ହତ୍ୟା ଧମକ ଦିଆଯାଇଛି। ଅଭିନବଙ୍କ ପରିବାର ଲୋକେ ଦାବି କରିଛନ୍ତି ଯେ, ଗତକାଲି (ସୋମବାର) ସେମାନଙ୍କୁ ଏକ ଫୋନ୍ କଲ୍ ଯୋଗେ ଅଭିନବଙ୍କୁ ହତ୍ୟା କରାଯିବା ସମ୍ପର୍କୀତ ଧମକ ମିଳିଛି। ଅଭିନବଙ୍କ ମାଆ ଜ୍ୟୋତି ଆରୋରା ଏନେଇ ମଥୁରା କୋତୱାଲି ଥାନାରେ ଏତଲା ଦାୟର କରିଛନ୍ତି। ଏତଲା ଆଧାରରେ ପୁଲିସ ତଦନ୍ତ ଚଳାଇଥିବାବେଳେ ଅଭିନବଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି। ଏବେ ବନ୍ଧୁକଧାରୀ ସୁରକ୍ଷାକର୍ମୀ ତାଙ୍କ ସହ ୨୪ ଘଣ୍ଟା ରହିବେ ବୋଲି ଜଣାପଡ଼ିଛି। ଅଭିନବଙ୍କ ମା’ ଜ୍ୟୋତି ଆରୋରା କହିଛନ୍ତି ଯେ, “ସୋସିଆଲ ମିଡିଆ ମାଧ୍ୟମରେ ଆମ ସାମାଜିକ ପ୍ରତିଷ୍ଠା କ୍ଷୁଣ୍ଣ କରିବା ପାଇଁ ଉଦ୍ୟମ କରାଯାଉଛି। ଅଭିନବ ସେଭଳି କିଛି ଭୁଲ୍ କରିନାହାଁନ୍ତି। ତଥାପି ତାଙ୍କୁ ଧମକ ମିଳୁଛି। ଅଭିନବ ଭକ୍ତି ବ୍ୟତୀତ ଆଉ କିଛି କରିନାହାଁନ୍ତି, ତଥାପି ତାଙ୍କୁ ଏସବୁ ସହିବାକୁ ପଡୁଛି। ଆଜି ଆମକୁ ଲରେନ୍ସ ବିଷ୍ଣୋଇର ଗ୍ୟାଙ୍ଗ ତରଫରୁ ଫୋନ ଆସିଥିଲା, ଯେଉଁଥିରେ ଆମକୁ ଧମକ ଦିଆଯାଇଥିଲା ଯେ ଅଭିନବଙ୍କୁ ହତ୍ୟା କରାଯିବ। ଆଜି ଆମେ ସମାନ ନମ୍ବରରୁ ଏକ ବାର୍ତ୍ତା ପାଇଲୁ ଯେ ସେମାନେ ଅଭିନବଙ୍କୁ ହତ୍ୟା କରିବେ। ଅଭିନବଙ୍କ ପରିବାର ଲୋକଙ୍କ ମୁତାବକ, ୩ବର୍ଷ ବୟସରୁ ହିଁ ଅଭିନବ ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରିଥିଲେ। ଏବେ ସେ ଆଧ୍ୟାତ୍ମିକ କଣ୍ଟେଣ୍ଟ କ୍ରିଏଟର, ଇନ୍‌ଫ୍ଲୁଏନ୍‌ସର ଭାବେ ଜଣାଶୁଣା। ସାମାଜିକ ଗଣମାଧ୍ୟମରେ ତାଙ୍କର ୯.୫ ଲକ୍ଷ ଫଲୋୟର୍ସ ଅଛନ୍ତି, ଯେଉଁଠାରେ ସେ ନିୟମିତ ଭାବରେ ଧାର୍ମିକ ପୋଷ୍ଟ କରନ୍ତି। କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ତାଙ୍କୁ ଭାରତର ସର୍ବ କନିଷ୍ଠ ଆଧ୍ୟାତ୍ମିକ ବକ୍ତା ଭାବରେ ସମ୍ମାନିତ କରିଛନ୍ତି। ଅନ୍ୟପକ୍ଷେ ନିକଟ ଅତୀତରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କ ସହ ଅଭିନବଙ୍କର ଏକ ଯୁକ୍ତି ହୋଇଥିଲା ତାଙ୍କୁ ମଞ୍ଚରୁ ହଟାଇ “ମୂର୍ଖ” କହିବା ପରେ ଅଭିନବ ଆହୁରି ଚର୍ଚ୍ଚାକୁ ଆସିଥିଲେ। ତେବେ ଅଭିନବଙ୍କୁ ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗ କାହିଁକି ହତ୍ୟା କରିବାକୁ ଧମକ ଦେଉଛି, ତାହା ସାମ୍ନାକୁ ଆସିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking