17.1 C
Bhubaneswar
Tuesday, December 16, 2025
Homeଅପରାଧଦୁଷ୍କର୍ମର ଶିକାର ହେଲେ ନାବାଳିକା ସଙ୍କଟାପନ୍ନ ଅବସ୍ଥାରେ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର

ଦୁଷ୍କର୍ମର ଶିକାର ହେଲେ ନାବାଳିକା ସଙ୍କଟାପନ୍ନ ଅବସ୍ଥାରେ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର

ମୟୁରଭଞ୍ଜ: ଦୁଷ୍କର୍ମର ଶିକାର ହେଲେ ନାବାଳିକା । ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ଏମିତି ଲଜ୍ଜାକର ଘଟଣା । ଅତି ଶୋଚନୀୟ ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ଅପରାହ୍‌ଣରେ ପୀଡ଼ିତା ନାବାଳିକା (୧୨ବର୍ଷ) ମୋରଡ଼ା ଥାନା ଅଞ୍ଚଳର ନିଜ ଗାଁ ରାସ୍ତାକଡ଼ରେ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିବାବେଳେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ରାତିରେ ବାରିପଦା ପିଆର୍‌ଏମ୍‌ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ଆଜି ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ମୋରଡ଼ା ଥାନା ପୋଲିସ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିବା ବେଳେ , ତଦନ୍ତରୁ ଜଣା ପଡିଛି ଯେ ,ନାବାଳିକା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking