31.1 C
Bhubaneswar
Monday, March 30, 2026
Homeଓଡିଶାଚିକିଟି ମଦ ମୃତ୍ୟୁ ଘଟଣା : ୨ ଅଧିକାରୀଙ୍କୁ ବଦଳି

ଚିକିଟି ମଦ ମୃତ୍ୟୁ ଘଟଣା : ୨ ଅଧିକାରୀଙ୍କୁ ବଦଳି

ଗଞ୍ଜାମ : ଚିକିଟି ମଦ ମୃତ୍ୟୁ ଘଟଣାରେ ଗତକାଲି ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀ  ହଟିଥିବାବେଳେ ବେଳେ ଗୁରୁବାର ୨ ଅଧିକାରୀଙ୍କୁ ବଦଳି କରାଯାଇଛି। ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ଓ ଏସଆଇଙ୍କ ବଦଳି ହୋଇଛି। ଅବକାରୀ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତି କୋରାପୁଟକୁ ବଦଳି ହୋଇଥିବା ବେଳେ ଏସଆଇ ପ୍ରସନ୍ନ କୁମାର ଜାଲିଙ୍କୁ ଢେଙ୍କାନାଳକୁ ବଦଳି କରାଯାଇଛି।
ବେଆଇନ ମଦ କାରବାର କେବେ ବି ଗ୍ରହଣୀୟ ନୁହେଁ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି। ବେଆଇନ ତଥା ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି।ବେଆଇନ ମଦ ଭାଟି ଏବଂ ବିକ୍ରି ସ୍ଥାନରେ ଚଢ଼ାଉ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଚିକିଟି ମଦ ଟ୍ରାଜେଡିକୁ ନେଇ ହଇଚଇ ପରେ ରାଜ୍ୟବ୍ୟାପି ଚଢ଼ାଉ ଜାରି ରହିଛି। ଗତକାଲି ସନ୍ଧ୍ୟା ସୁଦ୍ଧା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୭ ହଜାର ୨୭୪ ଲିଟର ବେଆଇନ ମଦ ଜବତ କରାଯିବା ସହ ୭୨ ଜଣଙ୍କୁ ଗିରଫ କରାଯାଇଥିଲା। ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩୮୫ ଲିଟର ମଦ ଜବତ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking