ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଥିଲା।ଏଥିରେରାଜ୍ୟସାଧାରଣପ୍ରଶାସନଓସାଧାରଣଅଭିଯୋଗବିଭାଗ, ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତମୁଖ୍ୟଶାସନସଚିବଶ୍ରୀସୁରେନ୍ଦ୍ରକୁମାର, ରାଜ୍ୟପୁଲିସ୍ ମହାନିର୍ଦ୍ଦେଶକଶ୍ରୀଓ୍ୱାଇ.ବି. ଖୁରାନିଆଙ୍କସମେତରାଜ୍ୟପ୍ରଶାସନଏବଂ ପୁଲିସ୍ ପ୍ରଶାସନରବରିଷ୍ଠପଦାଧିକାରୀମାନେଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ବିଭିନ୍ନ ରେଞ୍ଜର ଆଇଜି ଏବଂ ଡିଆଇଜିମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ ।
ବୈଠକରେ ମୁଖ୍ୟ ଶାସନ ସଚିବ ଗତ ଡିସେମ୍ବର ୨୦୨୪ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ମୁଖ୍ୟ ଶାସନ ସଚିବମାନଙ୍କ ୪ର୍ଥଜାତୀୟସମ୍ମିଳନୀ, ଗତ ନଭେମ୍ବର-ଡିସେମ୍ବରରେ ଭୁବନେଶ୍ୱରରେ ଅନୁଷ୍ଠିତ ତିନିଦିନିଆ୫୯ତମଡିଜିପି-ଆଇଜିପିସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତିର ଜିଲ୍ଲା ସଂପର୍କିତ କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରିଥିଲେ । ଅନୁଷ୍ଠିତ ଡିଡିପି-ଆଇଜିପି ସମ୍ମିଳନୀରେ ପ୍ରସ୍ତାବିତ ୧୦୮ଟି ବିଭିନ୍ନ ପ୍ରସ୍ତାବର କାର୍ଯ୍ୟକାରିତା ସଂପର୍କରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା । ଏଥି ସହିତ ବିକଶିତ ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମ, ଅର୍ଥନୈତିକ ସର୍ଭେ -୨୦୨୪-୨୫ ବିବରଣୀ,କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ତଥା ରାଜ୍ୟର ସମୃଦ୍ଧି ପାଇଁ ପ୍ରଶାସନିକ ବ୍ୟବସ୍ଥା ଓ ସଂସ୍ଥାଗତ ପରିଚାଳନା ନିୟାମକରେ ଆବଶ୍ୟକ କୋହଳ କରାଯିବା( ଡି ରେଗୁଲେସନ ଫର ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍-୨.୦),ଉଦ୍ୟୋଗ, ନିଯୁକ୍ତି ଓ ଦକ୍ଷତାକୁ ପ୍ରୋତ୍ସାହିତ କରିବା ଉପରେ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପକରିଥିଲେ । ମିଶନ କର୍ମଯୋଗୀ ଅଧିନରେ ଆଇ-ଜିଓଟି ପ୍ଲାଟଫର୍ମରେ କର୍ମଚାରୀମାନଙ୍କ ପ୍ରଶିକ୍ଷଣ ଅଗ୍ରଗତି ସଂପର୍କରେସେ ମଧ୍ୟ ସମୀକ୍ଷା କରିଥିଲେ ।
ବୈଠକରେରାଜ୍ୟପୁଲିସମହାନିର୍ଦ୍ଦେଶକଶ୍ରୀ ଖୁରାନିଆ ରାଜ୍ୟରେନୂତନ ଅପରାଧିକଆଇନ୍ରକାର୍ଯ୍ୟକାରିତାସଂପର୍କରେଆଲୋକପାତକରିଥିଲେ।୨୦୨୩ମସିହାରେଭାରତୀୟସଂସଦରେଭାରତୀୟନ୍ୟାୟସଂହିତା, ଭାରତୀୟନାଗରିକସୁରକ୍ଷାସଂହିତାଓଭାରତୀୟସାକ୍ଷ୍ୟଅଭିଯାନପ୍ରଣୟନ କରାଯାଇଛି।୨୦୨୪ଜୁଲାଇ୧ରୁଏହାକାର୍ଯ୍ୟକାରୀକରାଯାଇଥିବା ବେଳେ ଓଡ଼ିଶାରେଏହାରକାର୍ଯ୍ୟକାରିତାସ୍ଥିତିଓଗୁରୁତ୍ୱଦିଆଯାଉଥିବାସଂପର୍କରେଡିଜିପିଶ୍ରୀଖୁରାନିଆପ୍ରକାଶ କରିଥିଲେ । ଏଥିପାଇଁ କ୍ରିମିନାଲ ଜଷ୍ଟିସସିଷ୍ଟମରସମସ୍ତବିଭାଗରେକର୍ମଚାରୀମାନଙ୍କୁ ପ୍ରଶିକ୍ଷଣଦିଆଯାଇଥିବା, ନୂତନଅପରାଧିକଆଇନ୍ ଅନୁଯାୟୀଓଡ଼ିଶାପୁଲିସ୍ ତରଫରୁ ଅପରାଧଓଅପରାଧିକମାମଲାଟ୍ରାକିଂପାଇଁସିସିଟିଏନଏସ୍ କାର୍ଯ୍ୟକାରୀକରାଯାଉଥିବା,ନୂଆଆଇନ୍ରକାର୍ଯ୍ୟକାରିତାସଂପର୍କିତଆବଶ୍ୟକମାର୍ଗଦର୍ଶିକା(ଏସ୍ଓପି) ଜାରିକରାଯାଇଥିବା ସେ ଉପସ୍ଥାପନ କରିଥିଲେ।ରାଜ୍ୟରସମସ୍ତ୫୭୯ଟିଆଂଚଳିକଥାନାରେନାଗରିକସମାଜ, ସ୍ଥାନୀୟଓକିଲସଂଘରସଦସ୍ୟ,ସ୍ୱେଚ୍ଛାସେବୀମାନଙ୍କ ସହଯୋଗିତାରେଜନସଚେତନତାଅଭିଯାନଆୟୋଜନକରାଯାଉଥିବାସେସୂଚନାଦେଇଥିଲେ।ଏଥିପାଇଁଦକ୍ଷମାନବ ସମ୍ବଳଓବୈଷୟିକଜ୍ଞାନକୌଶଳ ପ୍ରୟୋଗରେ ବ୍ୟବସ୍ଥାରେ ଉନ୍ନତିଆଣିବାକୁରାଜ୍ୟସରକାରବ୍ୟାପକପଦକ୍ଷେପନେଇଥିବାସେପ୍ରକାଶକରିଥିଲେ।ରାଜ୍ୟରେ୨୦୦୦ଟ୍ରାଫିକ୍ କର୍ମଚାରୀପଦବୀସୃଷ୍ଟିଓନାଗରିକମାନଙ୍କଆବଶ୍ୟକତାକୁଦୃଷ୍ଟିରେରଖି୨୦ଟିନୂଆସାଇବରଥାନାଗଠନଓବର୍ତ୍ତମାନର୧୪ଟିସାଇବରଥାନାରଉନ୍ନତିକରଣପାଇଁପଦକ୍ଷେପନିଆଯାଇଥିବା ସଂପର୍କରେସେକହିଥିଲେ।ରାଜ୍ୟରେକେତେକଅଂଚଳରେଦେଖାଦେଉଥିବା ମାଓବାଦୀକାର୍ଯ୍ୟକଳାପକୁପ୍ରତିହତକରାଯିବା ଏବଂ ସମ୍ଭାବ୍ୟଅନୁପ୍ରବେଶରୋକିବାସଂପର୍କରେଆଲୋକପାତକରାଯାଇଥିଲା।
ଏଥିପାଇଁ ସଂପୃକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକମାନଙ୍କୁ ଆଧୁନିକ ଜ୍ଞାନକୌଶଳଓବୁଦ୍ଧିମତାରପ୍ରୟୋଗ କରିବାକୁ ପରାମର୍ଶ ଦିଆଯାଇଛି । ମାଓବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଁ ବିଭିନ୍ନ ଜିଲ୍ଲାରେ ମୋବାଇଲ ନେଟ୍ଓ୍ୱାର୍କ ସୁଦୃଢୀକରଣ ଏବଂ ସଡକ ସଂଯୋଗୀକରଣ ସ୍ଥିତି ସମୀକ୍ଷା କରାଯାଇ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏଥି ସହିତ ଗଂଜେଇଚୋରାଚାଲାଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଇତି ମଧ୍ୟରେ ବ୍ୟାପକ ଗଞ୍ଜେଇ ଚାଷ ନଷ୍ଟ ସହିତ ପ୍ରଶାସନ ଓ ଅନ୍ୟ ନିର୍ବାଚିତ ପ୍ରତିନିଧିଙ୍କ ମିଳିତ ଉଦ୍ୟମରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଜାରି ରହିଥିବା ସେ ପ୍ରକାଶ କରିଥିଲେ । ଏଲଡବ୍ଲୁଇ ପ୍ରଭାବିତ ଗ୍ରାମଗୁଡ଼ିକରେ ଗ୍ରାମୋଦୟ ଯୋଜନା ଅଧୀନରେ ବିଭିନ୍ନ ସରକାରୀ ଯୋଜନାର ଫଳପ୍ରଦ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ରୂପାୟନ ପାଇଁ ଜିଲ୍ଲାପାଳମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ସେ ସବୁ ଅଂଚଳରେ ଥିବା ଅସଂଯୋଗୀକୃତ ବସତିକୁ ସଡକ ସଂଯୋଗୀକରଣ ସଂପର୍କରେ ଆଲୋକପାତ କରାଯାଇଥିଲା । ପଞ୍ଚାୟତ ଓ ପାନୀୟ ଜଳ ବିଭାଗ ତରଫରୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା (ଗ୍ରାମୀଣ) ଏବଂ ଅନ୍ତୋଦୟ ଗୃହ ଯୋଜନାରେ ଗୃହ ନିର୍ମାଣ, ଗୃହ ଓ ନଗର ଉନ୍ନୟନ ବିଭାଗ ତରପରୁ ସହରାଂଚଳ କୈନ୍ଦିକ ବିକାଶ ଉପରେ ଆଲୋକପାତ କରାଯାଇଥିଲା ।
ବୈଠକରେ ରାଜ୍ୟରେ ସମସ୍ତ ବେଆଇନ ଖଣି ଖନନ ଓ ପରିବହନକୁ ରୋକିବା ପାଇଁ ପ୍ରବର୍ତ୍ତନ ଅଭିଯାନକୁବ୍ୟାପକ କରିବାକୁ ସମସ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାସ୍ତରୀୟ ପଦାଧିକାରୀ ଓ କର୍ମଚାରୀଙ୍କ ସହଯୋଗରେ ବେଆଇନ୍ ବାଲି ଓ ପଥର ଖାଦାନରେ ଚଢ଼ାଉ କରିବା, ଉତ୍ସସ୍ଥଳରେ ବେଆଇନ ଖଣି ଖନନ ଉପରେ ରୋକ୍ ଲଗାଇବା ଏବଂ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ମାମଲା ରୁଜୁ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏଥ୍ସହିତ ଇ-ଟ୍ରାନଜିଟ୍ ପାସ୍ ବିନା,ବେଆଇନ ଭାବେ ଖଣିଜ ପଦାର୍ଥ ପରିବହନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାପାଇଁନିର୍ଦ୍ଦେଶଦିଆଯାଇଛି।ଉପଖଣ୍ଡ ସ୍ତରୀୟ ଟିମ୍ ଏବଂ ରାଜସ୍ୱ, ଖଣି, ପୋଲିସ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ନେଇ ଗଠିତ ତହସିଲସ୍ତରୀୟ ଟିମ୍ ପ୍ରବର୍ତ୍ତନ କାର୍ଯ୍ୟ କରିବେ । ବାଲି, କଳାପଥର ଆଦିର ନୂତନ ଉତ୍ସ ଗୁଡ଼ିକର ସର୍ଭେ କରି ଚିହ୍ନଟ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ଜିଲ୍ଲାକୁ ସେମାନଙ୍କର ବର୍ତ୍ତମାନର ଉତ୍ସର ୧୫୦ ଗୁଣ ନୂତନ ଉତ୍ସ ଚିହ୍ନଟ କରିବାକୁ ପରାମର୍ଶ ଦିଆଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଆଇନ୍ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ବାରିକ, ପଞ୍ଚାୟତିରାଜ ବିଭାଗ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିପ୍ରକାଶ ଦାସ ପ୍ରମୁଖ ଉପସ୍ଥିତଥିଲେ।









