27.1 C
Bhubaneswar
Monday, May 5, 2025
Homeଓଡିଶାତୃଣମୂଳସ୍ତରରୁ ଜ୍ଞାନ ଆହରଣ ପାଇଁ ଅଧିକାରୀମାନଙ୍କୁ କ୍ଷେତ୍ର ପରିଦର୍ଶନ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ତୃଣମୂଳସ୍ତରରୁ ଜ୍ଞାନ ଆହରଣ ପାଇଁ ଅଧିକାରୀମାନଙ୍କୁ କ୍ଷେତ୍ର ପରିଦର୍ଶନ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ରାଜ୍ୟର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ଯୋଜନା ଗୁଡ଼ିକର କାର୍ଯ୍ୟକାରିତା ଏବଂ ସରକାରରେ ତ୍ୱରିତ ନିଷ୍ପତ୍ତି ନେବା ସମ୍ପର୍କରେ ତୃଣମୂଳସ୍ତରେ ଜ୍ଞାନ ଆହରଣ ପାଇଁ ସେମାନଙ୍କୁ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ସଂପର୍କରେ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବଶ୍ରୀ ଆହୁଜା ଆଜି ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନରତଥା ଶାସନ ସଚିବ, ରାଜସ୍ୱ ଆୟୁକ୍ତ ଏବଂ ଜିଲ୍ଲାପାଳମାନଙ୍କୁ ପଠାଇଥିବା ଏକ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, କାର୍ଯ୍ୟାଳୟରେ ନଥି ବା ଫାଇଲ୍ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀମାନେ ସଂପୃକ୍ତ କ୍ଷେତ୍ରର ବାସ୍ତବତା ବିଷୟରେ ଅବଗତ ହେଲେ ସରକାରଙ୍କ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ଫଳପ୍ରଦ ଓ ତ୍ୱରାନ୍ୱିତ ହୋଇଥାଏ। କ୍ଷେତ୍ରସ୍ତରରେ କାର୍ଯ୍ୟକରୁଥିବା କର୍ମଚାରୀ ତଥା ନାଗରିକମାନେ କାର୍ଯ୍ୟ ନିର୍ବାହ ବେଳେ ସମ୍ମୁଖୀନ ହେଉଥିବା ବ୍ୟବହାରିକ ଅସୁବିଧାଗୁଡ଼ିକୁ ଠିକ୍ ଭାବରେ ବୁଝିବା ଏବଂ ଏହାର ପ୍ରତିକାର କରିବାର ଆବଶ୍ୟକତା ରହିଛି ।

ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ଯେ,ନୀତି ଓ ନିଷ୍ପତ୍ତିକୁ ବାସ୍ତବତା ସହ ଅଧିକ ସମନ୍ୱିତ କରିବାପାଇଁକାର୍ଯ୍ୟାଳୟରେ ସହକାରୀ ଉପ ବିଭାଗ ଅଧିକାରୀ(ଏଏସଓ) ଏବଂ ଉପ ବିଭାଗ ଅଧିକାରୀ(ଏସଓ)ମାନଙ୍କ ଠାରୁ ଆରମ୍ଭ କରି ସମସ୍ତ ଅଧିକାରୀଙ୍କ ପାଇଁ ଏକ ଯୋଜନା ବା କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ଉଚିତ। ଯେଉଁମାନେସାଧାରଣରେ କ୍ଷେତ୍ର ପରିଦର୍ଶନ କରୁନାହାଁନ୍ତି, ସେହିମାନଙ୍କ ପାଇଁ ଏହି କ୍ଷେତ୍ର ପରିଦର୍ଶନ ପ୍ରଯୁଯ୍ୟ ହେବ ।ଏହିଗସ୍ତସମୟରେସେମାନେତୃଣମୂଳ ସ୍ତରରେକ୍ଷେତ୍ରସ୍ତରରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କୁଗୋଟିଏଦିନର କାର୍ଯ୍ୟ ଉପରେ ଦୃଷ୍ଟିଦେବା ସହସମ୍ପୃକ୍ତବିଭାଗସହ ଜଡ଼ିତଯୋଜନା, କାର୍ଯ୍ୟକ୍ରମରକାର୍ଯ୍ୟକାରିତାଉପରେନଜରଦେବେ ।ଉଦାହରଣସ୍ୱରୂପ, ମହିଳା ଓ ଶିଶୁ ବିକାଶ ବିଭାଗର କର୍ମଚାରୀଏକଅଙ୍ଗନଓ୍ୱାଡି କେନ୍ଦ୍ରକୁ ଏକଦିନପରିଦର୍ଶନ କରି, ଅଙ୍ଗନୱାଡିକର୍ମୀଙ୍କଦ୍ୱାରାକରାଯାଇଥିବାକାର୍ଯ୍ୟକୁଦିନସାରା ବିସ୍ତୃତଭାବରେଅନୁଧ୍ୟାନଏବଂଅନୁସରଣକରିବାକୁ ବିଭାଗ ନିର୍ଦ୍ଦେଶଦେଇପାରନ୍ତି ।ସେହିପରିଜାତୀୟଗ୍ରାମୀଣସ୍ୱାସ୍ଥ୍ୟମିଶନ (ଏନଆରଏଚଏମ)ଅଧୀନରେସ୍ୱୀକୃତିପ୍ରାପ୍ତସାମାଜିକସ୍ୱାସ୍ଥ୍ୟକର୍ମୀ (ଆଶା)ଦ୍ୱାରାପ୍ରଦାନକରାଯାଉଥିବାସେବାକୁସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଧିକାରୀମାନେନିରୀକ୍ଷଣକରିବାଉଚିତ।ଗସ୍ତସ୍ଥାନରେରାତ୍ର ରହଣି ପାଇଁଅଧିକାରୀମାନଙ୍କୁ ପ୍ରୋତ୍ସାହିତକରିବାକୁମଧ୍ୟସେପରାମର୍ଶଦେଇଛନ୍ତି।

ମୁଖ୍ୟଶାସନସଚିବମନ୍ତବ୍ୟଦେଇଛନ୍ତିଯେ, ଏହିକାର୍ଯ୍ୟରଉଦ୍ଦେଶ୍ୟକ୍ଷେତ୍ରକର୍ମକର୍ତ୍ତାମାନଙ୍କକାର୍ଯ୍ୟ ସମୀକ୍ଷା କରିବା ବା ସେମାନଙ୍କୁ ନିର୍ଦ୍ଦେଶଦେବାନୁହେଁ।କ୍ଷେତ୍ରସ୍ତରୀୟକର୍ମଚାରୀଙ୍କକାର୍ଯ୍ୟକୁଭଲଭାବରେ ଅନୁଧ୍ୟାନକରିବାସହିତନାଗରିକଙ୍କଉପରେତାଙ୍କ କାର୍ଯ୍ୟର କିପରି ସୁଫଳ ମିଳୁଛି, ଏହାବିଷୟରେଅଧିକଜାଣିବାଏବଂସେହିସ୍ତରରେ ରହୁଥିବା ସମସ୍ୟାଏବଂଉତ୍ତମଅଭ୍ୟାସକୁବୁଝିବା ସହ କ୍ଷେତ୍ର ପରିଦର୍ଶନରୁ ଫେରିବାପରେସେମାନେଦେଖିଥିବା ପ୍ରକଳ୍ପ, କାର୍ଯ୍ୟକ୍ରମ ତଥା ଯୋଜନାରକାର୍ଯ୍ୟକାରିତାରେଉନ୍ନତିଆଣିବାପାଇଁସମ୍ପୃକ୍ତବିଭାଗରସଚିବଙ୍କନିକଟରେଅତିକମରେଗୋଟିଏପ୍ରସ୍ତାବ ବା ଧାରଣାଦାଖଲକରିବେ।

ବିଭାଗଗୁଡିକଏଭଳିଧାରଣା ତଥା ସୁପାରିଶକୁଏକତ୍ରିତ କରି ସେସବୁର ଯାଞ୍ଚକରିବେଏବଂପ୍ରଚଳିତପ୍ରକ୍ରିୟା ପ୍ରବାହ, ନୀତି, ମାର୍ଗଦର୍ଶିକାଇତ୍ୟାଦିରେସଂଶୋଧନକରିଏହାକୁ କାର୍ଯ୍ୟରେ ରୂପାୟିତ କରିବେ, ଯାହାଦ୍ୱାରାଲୋକଙ୍କୁଉତ୍ତମ ସେବାପ୍ରଦାନରେ ସହାୟକ ହେବ। ଏହି କ୍ଷେତ୍ର ପରିଦର୍ଶନ ସଂପର୍କିତ ତଥ୍ୟକୁ ବିଭିନ୍ନ ସମୟରେ ହେଉଥିବା ସଚିବସ୍ତରୀୟ ବୈଠକରେଉପସ୍ଥାପନାକରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଚଳିତ ମାସରୁପ୍ରଥମେ ଆକାଂକ୍ଷୀ ଜିଲ୍ଲାମାନଙ୍କୁ ଏହି କ୍ଷେତ୍ର ପରିଦର୍ଶନରେ ଯିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ଏହି ବ୍ୟବସ୍ଥା ଫଳରେ ବିଭାଗଗୁଡ଼ିକରେ ଫାଇଲ ବା ନଥିରେ ବାସ୍ତବ ନିଷ୍ପତ୍ତି ନିଆଯିବା ସହ ଏହା ଉନ୍ନତ ଶାସନ ବ୍ୟବସ୍ଥାରେ ଅଧିକ ସହାୟକ ହୋଇପାରିବ ବୋଲି ମୁଖ୍ୟ ଶାସନ ସଚିବ ଆଶା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking