26.1 C
Bhubaneswar
Thursday, December 18, 2025
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ଆଜି; ସୁରକ୍ଷା କଡ଼ାକଡ଼ି, ୩୦ ପ୍ଲାଟୁନ ପୁଲିସ୍ ମୁତୟନ

ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ଆଜି; ସୁରକ୍ଷା କଡ଼ାକଡ଼ି, ୩୦ ପ୍ଲାଟୁନ ପୁଲିସ୍ ମୁତୟନ

ଭୁବନେଶ୍ୱର: ଆଜି ସମ୍ବଲପୁୁର ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ପ୍ରଥମେ ସମ୍ବଲପୁର ଗସ୍ତରେ ଯିବେ। ପୂର୍ବାହ୍ନ ସାଢ଼େ ୧୧ରେ ଭୁବନେଶ୍ୱର ବିମାନବନ୍ଦରରୁ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଜମାଦାରପାଲି ଏୟାରଷ୍ଟ୍ରିପ୍‌ରେ ପହଞ୍ଚିବେ। ଅପରାହ୍ନ ୧ଟା୧୦ରେ ସେ ସମଲେଇ ମନ୍ଦିରକୁ ଯାଉ ମାଆ ସମଲେଇଙ୍କୁ ଦର୍ଶନ କରିବେ ଏବଂ ଅପରାହ୍ନ ୩ଟା୩୫ରେ ମରାୱାଡ଼ି ଯୁବାମଞ୍ଚ ଦ୍ୱାରା ରିଭର ଇନ୍ ଠାରେ ଆୟୋଜିତ ନୂଆଁଖାଇ ଭେଟ୍‌ଘାଟ୍ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହାପରେ ଅପରାହ୍ନ ୪ଟା ୧୫ରେ ମୁଖ୍ୟମନ୍ତ୍ରୀ ତପସ୍ୱିନୀ ହଲ୍‌ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ‘ମୁଖ୍ୟମନ୍ତ୍ରୀ କିଷାନ ଯୋଜନା’ର ଶୁଭାରମ୍ଭ କରିବେ। ଏଥିସହ ଆଉ କିଛି କାର୍ଯ୍ୟକ୍ରମରେ ବି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଛି। ୩୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ପରେ ସେ ଝାରସୁଗୁଡ଼ା ଯିବାର ବି କାର୍ଯ୍ୟକ୍ରମ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking