ଭୁବନେଶ୍ୱର: ଚାଷ ଓ ଚାଷୀ ପ୍ରସଙ୍ଗ ଉଠାଇ ପୂର୍ବ ସରକାରକୁ ସମାଲୋଚନା । ବରଗଡରେ ଚାଷୀଙ୍କୁ ବୋନସ୍ ଦେବା କଥା କହିଥିଲେ । କିନ୍ତୁ କଥା ଦେଇ କଥା ରଖି ପାରିଲେନି ପୂର୍ବ ସରକାର । ନବୀନ ସରକାର ମିଛ ପ୍ରତିଶ୍ରୁତି ଦେଇଥିଲେ । ମୋହନ ସରକାର ଯାହା କହେ ସେୟା କରେ । ଏମଏସପି ମୂଲ୍ୟ ବଢିବା ପରେ ଚାଷୀ ଉପକୃତ ହୋଇଛନ୍ତି । ବଜେଟ୍ରେ ଜଳସେଚନ ବିଭାଗକୁ ଗୁରୁତ୍ୱ ଦିଆଯାଇଛି । ପ୍ରତ୍ୟେକ ବ୍ଲକରେ ୧୫ ଲକ୍ଷ ହେକ୍ଟର ଚାଷଜମି ଜଳସେଚନ ଲକ୍ଷ୍ୟ । ଚାଷୀଙ୍କ ଉନ୍ନତି ପାଇଁ ବଜେଟରେ ୩୭,୮୩୮ କୋଟି ବ୍ୟୟବରାଦ । କେବଳ ଧାନ ନୁହେଁ ଅନ୍ୟ ଲାଭଦାୟକ ଫସଲକୁ ଗୁରୁତ୍ୱ ଦିଅନ୍ତୁ ।










