21.1 C
Bhubaneswar
Saturday, February 7, 2026
Homeଓଡିଶାନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’

ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’

ନୂଆପଡ଼ା: ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରୋଡ୍‌ ସୋ’। ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ କରୁଛନ୍ତି ରୋଡ୍‌ ସୋ’।ନୂଆପଡ଼ାରୁ ଖରିଆର ରୋଡ୍‌ ପର୍ଯ୍ୟନ୍ତ ରୋଡ୍‌ ସୋ’। ସଭାପତି ମନମୋହନ ସାମଲ, ମନ୍ତ୍ରୀ ସୁରେଶ ପୂଜାରୀ ରୋଡ୍‌ ସୋ’ ରେ ସାମିଲ୍‌ ହୋଇଛନ୍ତି। ବରିଷ୍ଠ ନେତା ବସନ୍ତ ପଣ୍ଡା ଓ ସାଂସଦ ମାଳବିକା ଦେବୀ ସାମିଲ୍‌ ହୋଇଛନ୍ତି। ରୋଡ୍‌ ସୋ’ରେ ନବୀନ ବାବୁଙ୍କୁ ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ। ସମାଲୋଚନା କରି କହିଛନ୍ତି ଯେ ସ୍ବର୍ଗତଃ ରାଜୁ ଢୋଲକିଆ ଅବହେଳାର ଶିକାର ହୋଇଥିଲେ। ଏଥିପାଇଁ ପୁଅ ଜୟ ବିଜେପି ପ୍ରତି ଅନୁପ୍ରାଣିତ ହୋଇଛନ୍ତି। ନିର୍ବାଚନ ପରେ ଜୟ ନୂଆପଡ଼ାରେ ରହି ଲୋକଙ୍କ ସେବା କରିବେ। ସୁନାବେଡା ଗାଁରେ ମୁଖ୍ୟମନ୍ତ୍ରୀ ପହଞ୍ଚି ପ୍ରଚାର ସମୟରେ କହିଥିଲେ ଯେ ନବୀନ ବାବୁ ଆଦିବାସୀଙ୍କ ପ୍ରତି ଅବହେଳା କରିଛନ୍ତି । ଖାଲି ଭୁବନେଶ୍ୱରରେ ରହି କହିଲେ ଆପଣମାନେ ଖୁସି ତ । ବିରୋଧୀଦଳ ନେତା ତାଙ୍କ ପ୍ରାର୍ଥୀଙ୍କୁ ସାଙ୍ଗରେ ନେଇକି ଯାଉନାହାନ୍ତି । ନବୀନ ବାବୁ ଯଦି ଆପଣଙ୍କ ଅଞ୍ଚଳକୁ ଆସିବେ ତେବେ କି ଭାଷାରେ କହିବେ । କେବଳ ଇଂଲିଶରେ କହିବେ, ୩୦ ବର୍ଷ ହେଲା ଆସି ଓଡିଆ ଶିଖିପାରିଲେନି । ମୁଁ ଆଦିବାଦୀ ପରିବାରର, ତେଣୁ ମୁଁ ଆଦିବାସୀଙ୍କ ଦୁଃଖ ବୁଝିପାରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking