ଭୁବନେଶ୍ୱର: ନେତାଜୀ ଜୟନ୍ତୀରେ ପରାକ୍ରମ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୨୯ ତମ ନେତାଜୀ ଜୟନ୍ତୀର ଶୁଭେଚ୍ଛା ଜଣାଇଲେ ମୋହନ ମାଝୀ । ନେତାଜୀଙ୍କ ଜୀବନ ସାହସ, ଅନୁଶାସନ ଏବଂ ଅଟଳ ଦେଶପ୍ରେମର ପ୍ରତୀକ । ଓଡିଶା ସହିତ ନେତାଜୀଙ୍କ ଗଭୀର ସମ୍ପର୍କ ଥିଲା କହିଛନ୍ତି ମୁଖ୍ୟମନ୍ତ୍ରୀ । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ୱାଧିନତା ସଂଗ୍ରାମର ମହାନାୟକ। ଆଜି ନେତାଜୀଙ୍କ ୧୨୯ ତମ ଜନ୍ମ ଜୟନ୍ତୀ। ରେଭେନ୍ସାରେ ସ୍କୁଲ ଶିକ୍ଷା ଶେଷ କରିଥିଲ ସୁଭାଷ ବୋଷ। ଏହାପରେ କୋଲକାତାର ପ୍ରେସିଡେନସି କଲେଜରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ସ୍ୱାଧିନତା ସଂଗ୍ରାମର ଏହି ମହାନ ବୀର ୧୯୪୩ ଅକ୍ଟୋବର ୨୧ରେ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ। ତାଙ୍କର ବୀରତ୍ବ ଓ ଦେଶପ୍ରେମ ଅନବଦ୍ୟ, ଅବିସ୍ମରଣୀୟ।










