24.1 C
Bhubaneswar
Tuesday, February 24, 2026
Homeଓଡିଶାଇଆର୍‌ଏସ୍‌ଏସ୍‌କୁ ଅଧିକ ସଶକ୍ତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ 

ଇଆର୍‌ଏସ୍‌ଏସ୍‌କୁ ଅଧିକ ସଶକ୍ତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ 

ଭୁବନେଶ୍ୱର: ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଏବଂ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମଞ୍ଚେଶ୍ୱର ସ୍ଥିତ ଜରୁରୀ କାଳୀନ ସହାୟତା କେନ୍ଦ୍ର (ଇଆର୍‌ଏସ୍‌ଏସ୍‌)( ଡାଏଲ-112)କୁ ଗସ୍ତ କରି ଏହାର କାର୍ଯ୍ୟକାରିତା, ପରିଚାଳନା ଏବଂ ଆଧୁନିକୀକରଣ ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରିଛନ୍ତି। ସମସ୍ୟାରେ ପଡ଼ିଥିବା ସାଧାରଣ ଲୋକଙ୍କୁ ଅଳ୍ପ ସମୟ ମଧ୍ୟରେ ତ୍ୱରିତ ସେବା ଯୋଗାଇ ଦେବା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଗୁରୁତ୍ୱାରୋପ କରିଛନ୍ତି। ଏଥି ନିମନ୍ତେ ଉପଯୁକ୍ତ ମାନବ ସମ୍ବଳ, ଅଧିକ ଜରୁରୀ କାଳୀନ ସହାୟତା ଯାନ ଏବଂ ଅତ୍ୟାଧୁନିକ ଯନ୍ତ୍ରପାତିରେ ଯାନ ଗୁଡିକୁ ସୁସଜ୍ଜିତ କରାଯାଇ ଇଆର୍‌ଏସ୍‌ଏସ୍‌କୁ ଅଧିକ ସଶକ୍ତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ ବିଭାଗଗୁଡିକରେ ନିୟୋଜିତ ଥିବା ଜରୁରୀ କାଳୀନ ଯାନ ଗୁଡିକୁ ମଧ୍ୟ ଇଆର୍‌ଏସ୍‌ଏସ୍‌ ସହ ସଂଯୋଗ କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ଇଆର୍‌ଏସ୍‌ଏସ୍‌ର ଦୃଢ଼ୀକରଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ଅର୍ଥ ରାଶିକୁ ସଠିକ ସମୟ ମଧ୍ୟରେ ଖର୍ଚ୍ଚ କରାଯିବା ଉପରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏହା ସହ ତୁରନ୍ତ 409ଟି ଜରୁରୀ କାଳୀନ ଯାନକୁ ଭଡା ସୂତ୍ରରେ ଆଣି ଇଆର୍‌ଏସ୍‌ଏସ୍‌ କାର୍ଯ୍ୟରେ ନିୟୋଜିତ କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।ମୋବାଇଲ ଡାଟା ଟର୍ମିନାଲ, ସ୍ମାର୍ଟ ଫୋନ, ଜିପିଏସ ଭଳି ଅତ୍ୟାଧୁନିକ ଯନ୍ତ୍ରପାତିକୁ ଜରୁରୀ କାଳୀନ ଯାନରେ ଲଗାଯାଇଇଆର୍‌ଏସ୍‌ଏସ୍‌ ବ୍ୟବସ୍ଥାକୁ ସଶକ୍ତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ଇଆର୍‌ଏସ୍‌ଏସ୍‌ ରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ। ଆଜିର ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ମୁଖ୍ୟାଳୟ) ତଥା ଇଆର୍‌ଏସ୍‌ଏସ୍‌ ର ନୋଡାଲ ଅଫିସର ଶ୍ରୀ ପ୍ରତୀକ ମହାନ୍ତି ସମୀକ୍ଷା ବୈଠକ ପରିଚାଳନା କରିଥିଲେ। ଉକ୍ତ ବୈଠକରେ ସ୍ୱାସ୍ଥ୍ୟ, ଅଗ୍ନିଶମ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ଜଙ୍ଗଲ ଓ ପରିବେଶ, ଓକାକ, ଓସଡମା ଆଦି ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking