ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଯାଞ୍ଚ ହେଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହେଲିକପ୍ଟର । ସୁନାବେଡାକୁ ଯିବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କରାଯାଉଛି । ଗୋଟମା ଏୟାରଷ୍ଟ୍ରିପ୍ରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କରାଯାଉଛି । ଫ୍ଲାଇଂ ସ୍କ୍ୱାଡ୍, ଆୟକର ବିଭାଗ ଓ ଭିଡିଓ ସର୍ଭେଲାନ୍ସ ଟିମ୍ ପକ୍ଷରୁ ହେଉଛି ଯାଞ୍ଚ । ନୂଆପଡା ଉପନିର୍ବାଚନ ପାଇଁ ଆସନ୍ତାକାଲି ପ୍ରଚାରର ଶେଷ ଦିନ । ଏହି ସମୟରେ ଆଜି ପୁଣି ନୂଆପଡା ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ଏହା ମୁଖ୍ୟମନ୍ତ୍ରୀଙ୍କ ଉପନିର୍ବାଚନ ପ୍ରଚାର ପାଇଁ ନୂଆପଡାର ତୃତୀୟ ଗସ୍ତ । ଏହା ପୂର୍ବରୁ ଗୁରୁବାର ମୁଖ୍ୟମନ୍ତ୍ରୀ କୋମନା ଯାଇ ବିରାଟ ରୋଡ୍ ସୋ’ କରିଥିଲେ । ଆଜି ପୁଣି ନୂଆପଡ଼ା ଯାଇ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ।










