ନୂଆପଡା: ନୂଆପଡା କୋମନାରେ ବିରାଟ ଜନସଭାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିଛନ୍ତି । କହିଛନ୍ତି, ନୂଆପଡାର ବିକାଶ ପାଇଁ ମୋତେ ଏଠାକୁ ଆସିବାକୁ ପଡୁଛି । ପୂର୍ବରୁ କେବେ ଏତେ ଜନସମାଗମ କେହି ଦେଖିନଥିଲେ । ନୂଆପଡାର ବିକାଶ ପାଇଁ ୧ ହଜାର ୪ ଶହ କୋଟିର ପ୍ରତିଶ୍ରୁତି ଦେଇ ସାରିଛି । ଜୟ ଢୋଲକିଆ ନିର୍ବାଚିତ ହେଲେ ଆପଣଙ୍କ ଦାବି ଉପସ୍ଥାପନ କରିପାରିବେ । କିଛି ଦିନ ତଳେ ବିରୋଧୀଗଳ ନେତା ଜୟଙ୍କୁ ବେଇମାନ କହିଥିଲେ । ପୂର୍ବରୁ କେବେ ତାଙ୍କ ମୁହଁରୁ ଏପରି ଶବ୍ଦ ବାହାରେ ନାହିଁ । କେହି ତାଙ୍କୁ ସ୍କ୍ରିପ୍ଟ ଲେଖି ଦେଇଥିଲେ, ତାହା ସେ ପଢିଦେଲେ । ବେଇମାନ ଶବ୍ଦର ଅର୍ଥ ବୋଧେ ସିଏ ବୁଝି ପାରିନଥିବେ । ବିଜାପୁର, କାକଟପୁରରେ ବିଜେଡି କଣ କରିଥିଲା ମନେ ପକାଇବା ଦରକାର । ନର୍ଲାରେ ତତ୍କାଳୀନ ବିରୋଧୀଦଳ ନେତାଙ୍କୁ କିଏ ନେଇ ଯାଇଥିଲା । ଏହା କଣ ବିଜେଡିରେ ବେଇମାନୀ ନଥିଲା କି ବୋଲିି ପଚାରିଲେ । ବେଇମାନ କିଏ ଓ କେତେଥର ବେଇମାନୀ କରିଛନ୍ତି ତାହା ସମସ୍ତେ ଜାଣିଛନ୍ତି । ଯେଉଁମାନେ ଦଳକୁ ଆଣିଥିଲେ, ସେମାନଙ୍କୁ ତଡି ବେଇମାନୀ କରିନାହାନ୍ତି ? ଜିଲ୍ଲା ବାହାର ନେତାଙ୍କୁ ଡାକି ଟିକେଟ ଦେବାକୁ ମଧ୍ୟ ଟାର୍ଗେଟ କରିଥିଲେ । ଜିଲ୍ଲା ଭିତରେ କଣ ବିଜେଡିର ନେତା ନାହାନ୍ତି କି ବୋଲି ପଚାରିଲେ । ଶେଷରେ ବରଗଡରୁ ଆଣି ଜଣଙ୍କୁ ପ୍ରାର୍ଥୀ କରି ଜିଲ୍ଲା ପ୍ରାର୍ଥୀଙ୍କୁ ବଞ୍ଚିତ କରିଲେ । ମୁଖ୍ୟମନ୍ତ୍ରୀ ହେଲା ପରେ ନୂଆପଡାକୁ ପଞ୍ଚମ ଥର ପାଇଁ ଆସିଛି । ପୂର୍ବ ମୁଖିଆ କେବେ ନୂଆପଡା ଆସି କିଛି ଘୋଷମା କରିଥିଲେ କି ? ନୂଆପଡା ମାଟିରେ ନିଶ୍ଚୟ ପଦ୍ମ ଫୁଟିବ । ଦ୍ୱିତୀୟ ସ୍ଥାନ ପାଇଁ କଂଗ୍ରେସ- ବିଜେଡି ମଧ୍ୟରେ ଚାଲିଛି ଲଢେଇ । ପରିବର୍ତ୍ତନରେ ସାମିଲ ହୋଇ ନିଶ୍ଚୟ ନୂଆପଡା ବିକାଶରେ ସାମିଲ ହେବେ ଆଶା ରହିଛି । ଚାଷୀ ପ୍ରସଙ୍ଗ ଉଠାଇ ବିଜେଡିକୁ ସିଧା ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୦୦ ଟଙ୍କା ସବସିଡି ଦେବାକୁ କହି ବିଜେଡି ସରକାର ଦେଇପାରିଲେନି । ମାତ୍ର ଆମ ସରକାର ଆସିବା ମାତ୍ରେ ୮ ଶହ ଟଙ୍କା ସବସିଡି ଦେଇ ଆସିଛି । ଏହାର ସୁବିଧା ରାଜ୍ୟର ୧୭ ଲକ୍ଷ କୃଷକଙ୍କୁ ମିଳିଛି ।









