24.1 C
Bhubaneswar
Tuesday, February 10, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ରାଜ୍ୟ ଟ୍ରାଫିକ୍ ଓ ସଡକ ସୁରକ୍ଷା ଶାଖା ସୁଦୃଢ଼ ହେବ

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ରାଜ୍ୟ ଟ୍ରାଫିକ୍ ଓ ସଡକ ସୁରକ୍ଷା ଶାଖା ସୁଦୃଢ଼ ହେବ

– ୨ ହଜାର ନୂତନ ପଦବୀ ସୃଷ୍ଟି
– ରାଜ୍ୟ ସ୍ତରରେ 70, ଜିଲ୍ଲା ସ୍ତରରେ 1930 ପଦବୀ ସୃଷ୍ଟି

ଭୁବନେଶ୍ୱର:  ରାଜ୍ୟରେ ଟ୍ରାଫିକ୍ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୃଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଟ୍ରାଫିକ୍ ଶାଖାରେ ୨ ହଜାର ନୂତନ ପଦବୀ ସୃଷ୍ଟି କରିବା ପାଇଁ ଅନୁମୋଦନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟସ୍ତରୀୟ ଟ୍ରାଫିକ୍ ବ୍ୟବସ୍ଥାରେ ୭୦ ଟି ନୂତନ ପଦବୀ ହୋଇଥିବା ବେଳେ ଜିଲ୍ଲାସ୍ତରୀୟ ସେଟ-ଅପ୍‌ରେ ୧୯୩୦ଟି ପଦବୀ ସୃଷ୍ଟି ହୋଇଛି। ରାଜ୍ୟ ସ୍ତରୀୟ  ସେଟ-ଅପ୍‌ରେ ନିମ୍ନଲିଖିତ ଭାବେ ପଦବୀ ସୃଷ୍ଟି କରାଯାଇଛି।

ADGP/IGP ଗୋଟିଏ ପଦବୀ, DIG (ପୋଲିସ) ଗୋଟିଏ ପଦବୀ, SP ୨ ଟି ପଦବୀ, DSP ୪ ଟି, Inspector  ୬ ଟି, SI  ୮ ଟି, ASI  ୮ ଟି, କନେଷ୍ଟବଲ  ୨୨ ଟି, ଡ୍ରାଇଭର ୧୦ ଟି, ଏଷ୍ଟାବ୍ଲିସମେଣ୍ଟ ଅଫିସର ଗୋଟିଏ, ସେକ୍ସନ ଅଫିସର ଗୋଟିଏ, ଏ.ଏସ୍.ଓ ୩ ଟି ଓ ଜୁନିଅର ଆସିଷ୍ଟାଣ୍ଟ ପାଇଁ ୩ ଟି ପଦବୀ ସୃଷ୍ଟି ହୋଇଛି। ସମୁଦାୟ ୭୦ଟି ପଦବୀ ସୃଷ୍ଟି ହୋଇଛି। ଜିଲ୍ଲାସ୍ତରୀୟ ସେଟ-ଅପ୍‌ରେ ନିମ୍ନଲିଖିତ ଭାବେ ପଦବୀ ସୃଷ୍ଟି କରାଯାଇଛି।  ଡି.ଏସ୍‍.ପି. ୫ଟି ପଦବୀ, ଇନ୍‍ସପେକ୍ଟର ୪୧ଟି ପଦବୀ, ସବ୍‍- ଇନ୍‍ସପେକ୍ଟର ୮୩ ଟି ପଦବୀ, ଏ.ଏସ୍‍.ଆଇ. ୮୩ଟି ପଦବୀ, ହାବିଲ୍‍ଦାର ୩୧୦ ଓ କନଷ୍ଟେବଲ ପାଇଁ ୧୪୦୮ଟି ପଦବୀ ସୃଷ୍ଟି କରାଯାଇଛି। ସମୁଦାୟ ୧୯୩୦ ଟି ପଦବୀ ସୃଷ୍ଟି ହୋଇଛି। ଏହାଦ୍ୱାରା ରାଜ୍ୟର ଟ୍ରାଫିକ୍ ବ୍ୟବସ୍ଥା ସୁଦୃଢ଼ ହେବ ଏବଂ ସଡକ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଅନୁକରଣୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking