21.1 C
Bhubaneswar
Tuesday, February 10, 2026
Homeଓଡିଶାସିଙ୍ଗାପୁରରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ; ଓଡ଼ିଶା ବିକାଶରେ ସାମିଲ ହୁଅନ୍ତୁ ପ୍ରବାସୀ ଓଡ଼ିଆ

ସିଙ୍ଗାପୁରରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ; ଓଡ଼ିଶା ବିକାଶରେ ସାମିଲ ହୁଅନ୍ତୁ ପ୍ରବାସୀ ଓଡ଼ିଆ

– ପ୍ରଭାସୀ ଭାରତୀୟ ଦିବସ ଓ ଉତ୍କର୍ଷ ଓଡ଼ି଼ଶା-ଓଡ଼ିଶା କନ୍‌କ୍ଲେଭକୁ କଲେ ଆମନ୍ତ୍ରଣ
– ଜାହାଜ ପୁନଃ ବ୍ୟବହାର,କଣ୍ଟେନର ଉତ୍ପାଦନ ଉପରେ ପେଡେରେନଙ୍କ ସହ ଅଲୋଚନା
ଭୁବନେଶ୍ୱର: ଆମେ ନୂଆ ଓଡ଼ିଶା ଗଠନ ପାଇଁ ପୁଞ୍ଜିନିବେଶ କରିବାକୁ ଆମେ ବିଶ୍ୱକୁ ଆମନ୍ତ୍ରଣ କରୁଛୁ। କାରଣ ଷ୍ଟ୍ରାଟେଜିକ ଲୋକେସନ, ବିସ୍ତୃତ ଭିତ୍ତିଭୂମି ଯୋଜନା, ବିଶ୍ୱସ୍ତରୀୟ ସ୍କିଲିଂ ଇକୋସିଷ୍ଟମ୍ ଯୋଗୁଁ ପୁଞ୍ଜିନିବେଶ ପାଇଁ ଓଡ଼ିଶା ଏକ ପ୍ରକୃଷ୍ଟ କ୍ଷେତ୍ର। ସେଥିପାଇଁ ବହୁ ସଂଖ୍ୟାରେ ଦେଶ ବିଦେଶରୁ ନାମୀ ଦାମୀ ପୁଞ୍ଜିନିବେଶକାରୀ ରାଜ୍ୟପ୍ରତି ଆକୃଷ୍ଟ ହୋଇଛନ୍ତି। ଆଗାମୀ ୨୦୨୫ ଜାନୁଆରୀ ୨୮ ଓ ୨୯ରେ ‘ଉତ୍କର୍ଷ ଓଡ଼ିଶା : ମେକ୍ ଇନ୍ ଓଡ଼ିଶା ୨୦୨୫’ କନ୍‌କ୍ଲେଭ୍ ଅନୁଷ୍ଠିତ ହେବ। ତେଣୁ ଓଡ଼ିଶା ବିକାଶରେ ପ୍ରବାସୀ ଓଡ଼ିଆ ସାମିଲ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି।

ବୁଧବାର ସିଙ୍ଗାପୁରରେ ପ୍ରାୟ ଚାରି ଶହ ପ୍ରବାସୀ ଓଡ଼ିଆଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ସମୃଦ୍ଧ ଓଡ଼ିଶା ୨୦୩୬ରେ ଗଠିତ ହେବ। ୨୦୪୭ର ବିକଶିତ ଭାରତ ପାଇଁ ଓଡ଼ିଶାର ରହିବ ମହତ୍ତ୍ୱପୂର୍ଣ୍ଣ ଅବଦାନ। ବିକଶିତ ଓଡ଼ିଶାର ରୂପରେଖ ପ୍ରସ୍ତୁତ କରିବାକୁ ଯାଉଛନ୍ତି ଓଡ଼ିଶା ଲୋକେ। ଏହି ଲକ୍ଷ୍ୟ ହାସଲ ପାଇଁ ଏକ ‘ଭିଜନ ଡକ୍ୟୁମେଣ୍ଟ’ ପ୍ରସ୍ତୁତ କରାଯାଉଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୁର୍ବୋଦ୍ୱୟ ସ୍ୱପ୍ନ’କୁ ଚରିତାର୍ଥ କରିବା ଓ ଜାତୀୟ ଅଭିବୃଦ୍ଧି ରଣନୀତି ସହିତ ଓଡ଼ିଶାକୁ ସାମିଲ କରିବା। ପ୍ଲାଷ୍ଟିକ, ବସ୍ତ୍ର, ନବୀକରଣ ଯୋଗ୍ୟ ଶକ୍ତି, ପ୍ଲାଷ୍ଟିକ୍‌, ଭିତ୍ତିଭୂମି ବିକାଶ, ସିପିଂ, ରାସାୟନିକ ପଦାର୍ଥ, ଫୁଡ୍ ପ୍ରୋସେସିଂ, ଗ୍ରୀନ୍ ଏନର୍ଜି, ଆଇଟି ଓ ପେଟ୍ରୋ କେମିକାଲ କ୍ଷେତ୍ରରେ ପୁଞ୍ଜିନିବେଶକୁ ପ୍ରାଥମିକତା ଦିଆଯାଇଛି। ଏଥିସହ ଓଡ଼ିଶାର ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର ଭିତ୍ତିଭୂମି ବିକାଶ ପାଇଁ ପିଇପିର ଅଭିଜ୍ଞତାକୁ ଉପଯୋଗ କରିବା ଉପରେ ବି ଆଲୋଚନା ହୋଇଛି। ତେଣୁ ୮ରୁ୧୦ ଜାନୁୟାରୀ ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱରରେ ପ୍ରଭାସୀ ଭାରତୀୟ ଦିବସ ଏବଂ ୨୮ରୁ୨୯ ଜାନୁୟାରୀ ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଉତ୍କର୍ଷ ଓଡ଼ି଼ଶା-ଓଡ଼ିଶା କନ୍‌କ୍ଲେଭ ୨୦୨୫ରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଆମନ୍ତ୍ରଣ ପ୍ରବାସୀ ଓଡ଼ିଆମାନଙ୍କୁ ଆମନ୍ତ୍ରଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାର ପ୍ରତିନିଧୀ ଦଳ ଏପି ମଲେର ମାର୍ସ ଗ୍ରୁପର ରେନେ ପିଲ ପେଡେରେନଙ୍କ ସହ ଜାହାଜ ପୁନଃ ବ୍ୟବହାର, କଣ୍ଟେନର ଉତ୍ପାଦନ ଓ ବନ୍ଦର ଭିତ୍ତିକ ଶିଳ୍ପ ଭିତ୍ତିଭୂମି ବିକାଶର ଭବିଷ୍ୟତ ବିଷୟରେ ଆଲୋଚନା କରିଛନ୍ତି। ବିଶେଷକରି ଶିଳ୍ପ ବିବିଧତା ଓ ସ୍ଥାୟୀ ଅଭିବୃଦ୍ଧି ପାଇଁ ଓଡ଼ିଶାର ଦୃଷ୍ଟିକୋଣ ସ୍ପଷ୍ଟ କରାଯାଇଛି। ସେହିପରି ବିଭିନ୍ନ କମ୍ପାନୀ ପ୍ରତିନିଧିଙ୍କ ସହ ବି ବିସ୍ତୃତ ଆଲୋଚନା କରାଯାଇଛି। ସେଇ କମ୍ପାନୀଗୁଡ଼ିକ ହେଉଛି ଫାନ୍ ବାଚ୍‌, ଜେରା, ଆଇଏଚ୍‌ଆଇ କର୍ପୋରେସନ୍‌, ମାସାନ୍ ହାଇ ଟେକ୍ ସାମଗ୍ରୀ ନିଗମ, ଏକ୍ ଗ୍ୟାସ। ବିଶେଷକରି ଉପକରଣ ଉତ୍ପାଦନ, ଶୀତଳ ଭଣ୍ଡାର, କୋଲ୍ଡ ଚେନ, ଗ୍ରୀନ୍ ହାଇଡ୍ରୋଜେନ, ଗ୍ରୀନ୍ ଆମୋନିୟା ଭଳି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଓ ଶିଳ୍ପ ଗ୍ୟାସ କ୍ଷେତ୍ରଗଡ଼଼ିକରେ ବିନିଯୋଗର ସୁଯୋଗ ଥିବା ଉପରେ ଗୁରୁତ୍ୱ ଦିଆଯାଇଛି। ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି ଯେ, ପୂର୍ବଭାରତର ଷ୍ଟ୍ରାଟେଜିକ ଲୋକେସନ କାରଣରୁ ଓଡ଼ିଶାର ଗୁରୁତ୍ୱ ବଢ଼ିଛି। ଫଳରେ ଓଡ଼ିଶା ଏକ ଅତ୍ୟାଧୁନିକ ଶିଳ୍ପ ହବ୍ ହେବାର ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking