19.1 C
Bhubaneswar
Saturday, February 7, 2026
Homeଓଡିଶାଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୯ ଟାସ୍କ

ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୯ ଟାସ୍କ

ଭୁବନେଶ୍ୱର: ୨ ଦିନିଆ ଜିଲ୍ଲାପାଳ ଓ ଏସ୍‌ପି ସମ୍ମିଳନୀ ଉଦ୍‌ଘାଟିତ । ଲୋକସେବା ଭବନ କନ୍‌ଭେନସନ୍‌ ସେଣ୍ଟରରେ ଉଦ୍‌ଘାଟିତ । ସମ୍ମିଳନୀକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳ ଓ ଏସ୍‌ପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ବୋଧନ। ଏହି ସମୟରେ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୯ଟି ଟାସ୍କ ଦେଇଛନ୍ତି । ଦୁର୍ନୀତି ହଟାଇ, ସଚ୍ଚୋଟ ଓ ସାଧୁତା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୁର୍ନିତିରେ ସରକାର ବଦନାମ ହେଲେ ବରଦାସ୍ତ କରାଯିବନାହିଁ । ଅଧିକ ଫିଲ୍ଡ ଭିଜିଟ୍ କରିବାକୁ ପରାମର୍ଶ ଦେଇଛନ୍ତି । ଶାସନ ପ୍ରଶାସନରେ ଟେକ୍ନୋଲୋଜିର ବ୍ୟବହାରକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାସ୍ତରରେ ଲୋକଙ୍କ ଅଭିଯୋଗ ଶୁଣି ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି । ସରକାରୀ ବିଜ୍ଞାପନ ଓଡିଆ ଭାଷାରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେ ଆହୁରି ପରାମର୍ଶ ଦେଇ କହିଛନ୍ତି ଯେ ସୋସିଆଲ ମିଡିଆ ଜରିଆରେ ସରକାରୀ ସୂଚନା ବ୍ୟାପକ କରନ୍ତୁ । ଗାଦି ମଡା ବାବୁଙ୍କୁ ଚିହ୍ନଟ କରି ବଦଳାନ୍ତୁ । ବାଲି ମାଫିଆଙ୍କୁ ସାବାଡ କର, ଚୋରା ମଦ କାରବାର ରୋକ । ଏହା ସହ ସେ କହିଛନ୍ତି ଯେ ଆପଣମାନେ ତୃଣମୁଳସ୍ତରରେ ସରକାରୀ ପ୍ରତିନିଧି ।  ସରକାରୀ ଯୋଜନାରେ  ସଫଳ ରୁପାୟନ ଆପଣଙ୍କର ଦାୟିତ୍ୱ । ଆମ ସରକାରକୁ  ୫୨୪ ଦିନ ପୁରିଛି । ପ୍ରାୟ  ସବୁ ଜିଲ୍ଲା ଗସ୍ତ କରିଛି । କଟକ ଜିଲ୍ଲାକୁ  ସର୍ବାଧିକ ୩୨, କେନ୍ଦୁଝର ଜିଲ୍ଲାକୁ  ୩୨ ଥର ଯାଇଛି ।  ୨୦୩୬ ସମୃଦ୍ଧ ଓଡିଶା ଓ ୨୦୪୭ ବିକଶିତ ଭାରତ ଆମର ଲକ୍ଷ୍ୟ ରହିଛି । ୨୦୩୬ ସୁଦ୍ଧା ଶ୍ରେଷ୍ଠ  ୫ ରାଜ୍ୟରେ ଓଡିଶାକୁ ରଖିବାକୁ ଲକ୍ଷ୍ୟ ରଖିଛୁ । ଏଥିପାଇଁ ଅନେକ ଆହ୍ୱାନ ରହିଛି । ସମ୍ମୁଖୀନ ହେବାକୁ ପଡିବ । ପ୍ରଥମ ବର୍ଷରୁ ଯୋଜନା କରି ଉତ୍କର୍ଷ ଓଡିଶା କନକ୍ଲେଭ ଆୟୋଜନ କରିଥିଲୁ । ୨୨ ଲକ୍ଷ କୋଟିର ପ୍ରସ୍ତାବ ଆସିଥିଲା ଯାହାକି ବଡ ସଫଳତା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking