ଭୁବନେଶ୍ୱର: ଚଳିତ ବର୍ଷରେ ଲାଗୁ ହେବାକୁ ଯାଉଛି ନୂଆ ଅବକାରୀ ନୀତି । ତା ପୂର୍ବରୁ ନୂଆ ଅବକାରୀ ନୀତି ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ନିକଟରେ ଏକ ପ୍ରତିନିଧି ଦଳ ଦୁଇଟି ରାଜ୍ୟକୁ ଗସ୍ତ କରି ସେଠାକାର ଅବକାରୀ ନିତି ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରିଛି ଅବକାରୀ ବିଭାଗ । ସେହି ତଥ୍ୟକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରିବ ବିଭାଗ । ପରେ ତାହାର ତର୍ଜମା କରି ରାଜ୍ୟରେ ନୂଆ ଅବକାରୀ ଲାଗୁ ନେଇ ନିଷ୍ପତ୍ତି କରିବେ ସରକାର ।










