ଭୁବନେଶ୍ୱର :ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରବାସୀ ଭାରତୀୟ କାଯ୍ୟକ୍ରମରେ ଉପସ୍ଥିତିକୁ ନେଇ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । କହିଛନ୍ତି , ଆପଣଙ୍କ ଗରିମାମୟ ଉପସ୍ଥିତି କାଯ୍ୟକ୍ରମକୁ ସଫଳ ଓ ସ୍ୱତନ୍ତ୍ର କରିପାରିଛି । ଆପଣଙ୍କ ମାର୍ଗଦର୍ଶନରେ ନୂଆ ଆଶା , ଉତ୍ସାହ ଓ ଉଦ୍ଦୀପନା ଭରିଛି । ସମସ୍ତଙ୍କ ମନରେ ବିକଶିତ ଭାରତ ନିର୍ମାଣ ପାଇଁ ଅନୁପ୍ରାଣିତ କରିଛି । କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।